ନୟାଗଡ଼ରେ ପିଠା କାର୍ଯ୍ୟକ୍ରମ ରେ ସରପଞ୍ଚ ଙ୍କୁ ଘୋଷାଡ଼ି ବାଡେ଼ଇଲେ ବିଜେଡି କର୍ମୀ

ରାଜ୍ୟ ସରକାରଙ୍କ ‘ପିଠା’ କାର୍ଯ୍ୟକ୍ରମକୁ ନେଇ ଗତ କିଛିଦିନ ଧରି ସାଧାରଣ ରେ ଚର୍ଚ୍ଚା ଚାଲିଥିବା ବେଳେ ଏହା କେବଳ ବିଜେଡି ସରକାର ଙ୍କର ପ୍ରଚାର ଉଦେଶ୍ୟ ରେ ହେଇଥିବା ଅଭିଯୋଗ ହେଇଆସୁଛି I ଏପରିକି ଅଧିକାଂଶ ସ୍ଥାନରେ ମହିଳାମାନଙ୍କୁ ଘରୁ ପିଠା କରି ଆଣିବାକୁ ମଧ୍ୟ କୁହାଯାଉଥିବା ର ଭିଡିଓ ଭାଇରଲ ହେବାରେ ଲାଗିଛି I ତେବେ ଆଜିର ପିଠା କାର୍ଯ୍ୟକ୍ରମ ସବୁ ଘଟଣାକୁ ବଳି ଯାଇଛି I ପିଠା କାର୍ଯ୍ୟକ୍ରମ କୁ ବିରୋଧ କରି ଜଣେ ସରପଞ୍ଚ ଧାରଣାରେ ବସିଥିବା ବେଳେ ଉପସ୍ଥିତ ବିଜେଡି କର୍ମୀ ସରପଞ୍ଚ ଙ୍କୁ ନିର୍ଘାତ ମାଡ ମାରିଥିବା ଅଭିଯୋଗ ହେଇଚି I

ପ୍ରାପ୍ତ ଖବର ଅନୁଯାଇ ଘଟଣାଟି ନୟାଗଡ ଜିଲ୍ଲାର I ଜିଲ୍ଲାର ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନ ଏହି ପିଠା କାର୍ଯ୍ୟକ୍ରମ କୁ ବିରୋଧ କରି ଧାରଣା ରେ ନିଜ ସମର୍ଥକ ମାନଙ୍କ ସହିତ ବସିଥିଲେ I ତାଙ୍କ କହିବାନୁଯାୟୀ ପଂଚାୟତ ର ସମସ୍ୟା ସମାଧାନ ନିମନ୍ତେ ସ୍ଥାନୀୟ ବିଡିଓ କୌଣସି ସହଯୋଗ କରୁନାହାନ୍ତି I ତେବେ ଏ ପିଠା କାର୍ଯ୍ୟକ୍ରମ କଣ ପାଇଁ ??ନିରୀହ ଜନସାଧାରଣ ସମସ୍ୟା ବିଡ଼ିଓ ବୁଝୁନାହାନ୍ତି I

ତେବେ ଆଜି ‘ପିଠା’ କାର୍ଯ୍ୟକ୍ରମ ଉଦଘାଟନ କରିବାକୁ ବିଡ଼ିଓ ଯାଇଥିବା ବେଳେ ସରପଞ୍ଚ ସୌମ୍ୟ ଶାନ୍ତିପୂର୍ଣ୍ଣ ଧାରଣା ଦେବାପାଇଁ କଳାବ୍ୟାଜ ପିନ୍ଧିଥିଲେ I

ସୌମ୍ୟ ଙ୍କ ସହିତ ସମର୍ଥକ ମାନେ ମଧ୍ୟ ଧାରଣା ଦେଇଥିଲେ I

କିନ୍ତୁ ଉପସ୍ଥିତ ବିଜେଡି କର୍ମୀ ମାନେ ହଠାତ ରାଗିଯାଇ ସୌମ୍ୟ ଏବଂ ଉପସ୍ଥିତ ଥିବା ମହିଳା ସମର୍ଥକ ମାନଙ୍କୁ ଘୋଷାଡ଼ି ବାଡ଼େଇଥିବା ସୌମ୍ୟ ଲିଖିତ ଅଭିଯୋଗ କରିଛନ୍ତି ଅନ୍ୟପକ୍ଷରେ ବିଡ଼ିଓ ଏବଂ ଅଭିଯୋଗ ଆସିଥିବା ବିଜେଡି କର୍ମୀ ଙ୍କ ପ୍ରତିକ୍ରିୟା ହସ୍ତଗତ ହେଇପାରିନାହିଁ I

Leave a Reply

Your email address will not be published. Required fields are marked *