ପଡିପାରେ କଂଗ୍ରେସ ପ୍ରଭାବ :ଓଡ଼ିଶାରେ ବି କୃଷିଋଣ ଛାଡ ହେଇପାରେ ମୁଖ୍ୟମନ୍ତ୍ରୀ କହିଲେ ଅନୁଧ୍ୟାନ କରାଯାଉଛି

ତିନୋଟି ରାଜ୍ୟରେ ବିଜେପି ର ପରାଜୟ ବିଶେଷ କରି ଛତିଶଗଡ଼ ରେ ବିଜେପି ର ଗଡ କୁହାଯାଉଥିବା ବେଳେ ହଠାତ କଂଗ୍ରେସ ଶୋଚନୀୟ ଭାବେ ପରାସ୍ତ କରି ବିଜୟ ହାସଲ କରିଥିଲା I ତେବେ କଂଗ୍ରେସ ର ମୂଳ ନିର୍ବାଚନୀ ଇସ୍ତାହାର ଥିଲା କୃଷି ଏବଂ ଚାଷ I କଂଗ୍ରେସ ଜିତିଲେ କୃଷିରୁଣ ଛାଡ଼ କରିବ ବୋଲି ପ୍ରତିଶୃତି ଦେଇଥିଲା ଏବଂ ବିଜେରେ ଏହାହିଁ ଏକ ମୂଳ କାରଣ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି I କଂଗ୍ରେସ ମଧ୍ୟ ସରକାର କୁ ଆସିବା କ୍ଷଣି ମଧ୍ୟପ୍ରଦେଶ ଛତିଶଗଡ଼ ରେ କୃଷିରୁଣ ଛାଡ଼ କରିଥିଲା I

ଯାହାକି ଏବେ ସାରା ଭାରତରେ ଚର୍ଚା ହେଉଥିବା ବେଳେ ଏହାର ପ୍ରଭାବ ଆଗାମୀ ନିର୍ବାଚନ ରେ ପଡ଼ିବାର ସମ୍ଭାବନା ରହିଛି I ଏବେ ଓଡ଼ିଶାରେ ଚାଷୀଙ୍କ ଧର୍ମଘଟ ଚାଲିଥିବା ବେଳେ ବିଜେପି ର ପରାଜୟ ରେ ଚାଷୀଙ୍କ ଭୂମିକା ଓଡ଼ିଶାରେ ବିଜେଡି ବିଜେପି କଂଗ୍ରେସ ଉପରେ ପ୍ରଭାବ ପକାଇବାକୁ ଯାଉଛି I ଉଭୟ ବିଜେପି ଏବଂ କଂଗ୍ରେସ ସରକାର କୁ ଆସିଲେ କୃଷିରୁଣ ଛାଡ଼ କରିବେ ବୋଲି ଘୋଷଣା କରିସାରିଥିବା ବେଳେ ବିଜେଡି ତରଫରୁ ସୁପ୍ରିମ ନବୀନ ପଟ୍ଟନାୟକ ମଧ୍ୟ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି

I ଚାଷୀଙ୍କ ଦାବି ଏବଂ କୃଷିରୁଣ ବାବଦରେ ସରକାର ଅନୁଧ୍ୟାନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି I ତେବେ ରାଜନୀତି ର ପାଣିପାଗ ଯାହାକହୁଛି ଯେ କୌଣସି ମୁହୁର୍ତରେ ମୁଖ୍ୟମନ୍ତ୍ରୀ ମଧ୍ୟ ଚାଷୀଙ୍କ କୃଷିରୁଣ ଛାଡ କରିବା ନେଇ ଘୋଷଣା କରିପାରନ୍ତି ବୋଲି ରାଜନୈତିକ ସମୀକ୍ଷକ ମାନେ ମତାମତ ରଖିଛନ୍ତି I

Leave a Reply

Your email address will not be published. Required fields are marked *