୨୦୧୯ ରେ ଏହି ରାଶି ର ବ୍ୟକ୍ତି ମାନଙ୍କ ପାଇଁ ଆସିବାକୁ ଯାଉଛି ମହା ସଙ୍କଟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଙ୍କର ସ୍ଥାନ ପରିବର୍ତ୍ତନ ଆମ ଜୀବନରେ ବହୁତ୍ ପ୍ରଭାବ ପକାଇ ଥାଏ। ଗ୍ରହଙ୍କର ସ୍ଥାନ ପରିବର୍ତ୍ତନ ଦ୍ବାରା ଲୋକଙ୍କର ଜୀବନରେ ଅନେକ ବଡ଼ ବଡ଼ ପରିବର୍ତ୍ତନ ଲାଗି ରହିଥାଏ।ଗ୍ରହର ସ୍ଥିତି କୁଣ୍ଡଳିରେ ଥିବା ସ୍ଥାନ ଉପରେ ନିର୍ଭର କରେ।

ଯେଉଁ ବ୍ୟକ୍ତିଙ୍କର ଜୀବନରେ ସୂର୍ଯ୍ୟଙ୍କର ଆଗମନ ହୋଇଥାଏ ସେହି ବ୍ୟକ୍ତିଙ୍କର ଜୀବନରେ ନାନା ସମସ୍ୟା ଆସିଥାଏ।ନୂଆ ବର୍ଷରେ ଏହି ତିନି ଗୋଟି ରାଶିର ବ୍ୟକ୍ତିଙ୍କର ଆସୁଛି ଖରାପ୍ ସମୟ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମ ସୌର ମଣ୍ଡଳର ସମସ୍ତ ଗ୍ରହ ଆମ ଜୀବନ ଉପରେ ପ୍ରଭାବ ପକାଇଥାଏ।କିନ୍ତୁ ଏହି ଗ୍ରହର ପ୍ରଭାବ ଶୁଭ କି ଅଶୁଭ ଏହା ଆପଣଙ୍କର କୁଣ୍ଡଳୀ ଉପରେ ନିର୍ଭର କରିଥାଏ।

ଗ୍ରହଙ୍କର ସ୍ଥାନ ପରିବର୍ତ୍ତନ ଦ୍ବାରା କିଛି ଗ୍ରହ ଶୁଭ ଆଉ କିଛି ଗ୍ରହ ଅଶୁଭ ପ୍ରଭାବ ପକାଇ ଥାନ୍ତି।ତେବେ କେଉଁ କେଉଁ ସଙ୍କଟରୁ ବଞ୍ଚିବାକୁ ହେଲେ କେଉଁ କେଉଁ ଉପାୟ ଅବଲମ୍ବନ କରିବାକୁ ହେବ ତାହା ଜ୍ୟୋତିଷ ଶାସ୍ତ୍ରରେ ହିଁ ଜଣା ପଡିଥାଏ।ଯେଉଁ ତିନି ଗୋଟି ରାଶିଙ୍କ ଉପରେ ଖରାପ୍ ପ୍ରଭାବ ପଡିଥାଏ ଆସନ୍ତୁ ଜାଣିବା ସେ ବିଷୟରେ।

୧.କନ୍ୟା ରାଶି –

ଏହି ରାଶିର ବ୍ୟକ୍ତି ଙ୍କୁ ୨୦୧୯ ରେ ଅପାର ଦୁଃଖର ଆଗମନ ହେବାକୁ ଯାଉଛି।ଆପଣଙ୍କୁ କେହି ବଡ଼ ଧୋକା ଦେଇ ପାରନ୍ତି।ଆପଣ କରିଥିବା କିଛି ପୁରୁଣା ଭୁଲ୍ ର ମଧ୍ୟ ସମାଧାନ ହୋଇପାରିବ।ତେଣୁ ଏହି ସମୟ ଆପଣ ମାନଙ୍କ ପାଇଁ ବଡ଼ ଅଶୁଭ ସମୟ ଅଟେ।ଯଦି ଆପଣ ଏହି ସମସ୍ୟାରୁ ଉଦ୍ଧାର ପାଇବାକୁ ଚାହୁଁଛନ୍ତି ତେବେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ।

୨.ସିଂହ ରାଶି –

ଏହି ରାଶିର ଲୋକମାନେ ଆଗାମୀ ସମୟରେ ସ୍ଵାସ୍ଥ୍ୟ ଜନିତ ସମସ୍ୟାର ସମ୍ମୁଖୀନ ହେବେ।ଆପଣଙ୍କର କୌଣସି ଦୁର୍ଘଟଣା ଯୋଗ ରହିଛି।ଆପଣ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇପାରନ୍ତି।ତେଣୁ ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ପ୍ରତିଦିନ ସୂର୍ଯ୍ୟ ଦେବଙ୍କୁ ପ୍ରଣାମ କରନ୍ତୁ।

୩.କର୍କଟ ରାଶି –

ଏହି ରାଶିର ବ୍ୟକ୍ତିଙ୍କର ଧନ ହାନି ସମସ୍ୟା ଦେଖାଦେଇ ପାରେ।କୌଣସି ଠାରେ ବି ପୁଞ୍ଜି ନିବେଶ କରନ୍ତୁ ନାହିଁ।ଏହି ଦିନରେ ଆପଣ ନିଜ ଦାମି ଜିନିଷକୁ ଦାଇୱ ରେ ରଖନ୍ତୁ।ଚୋରି ହେବାର ଅଧିକ ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *