ଆଜି ମାର୍ଗଶିର ଶେଷ ଗୁରୁବାର ,ମା ଲକ୍ଷ୍ମୀ ଙ୍କ ପ୍ରିୟବାର ,ଏହି ଗୋଟିଏ କାମ କରିଦିଅନ୍ତୁ ଆପଣଙ୍କ ଘରେ ଧନ ଏବଂ ଶାନ୍ତିରେ ଭରିଯିବ

ମାସ ଭିତରେ ଶ୍ରେଷ୍ଠ ମାସ ମାର୍ଗଶିର, କାହିଁକିନା ଏହା ହେଉଛି ମା ଲକ୍ଷ୍ମୀ ଙ୍କ ପ୍ରିୟ ବାର I ଏହି ମାସରେ ମା ଲକ୍ଷ୍ମୀ ଙ୍କ ମାଣବସା ଗୁରୁବାର କରାଯାଇଥାଏ I ଯାହାକି ପ୍ରତିଟି ଓଡ଼ିଆ ବୋହୂଙ୍କର ମା ଲକ୍ଷ୍ମୀ ଙ୍କ ପ୍ରତି ଭକ୍ତି ଏବଂ ସନମାନ I ତେବେ ଆଜି ମାର୍ଗଶିର ଶେଷ ଗୁରୁବାର ଅଟେ I କୁହାଯାଏ ଆଜି ଦିନଟି ମା ଲକ୍ଷ୍ମୀଙ୍କର ସବୁଠୁ ପ୍ରିୟବାର ଅଟେ I ଆଜି ମା ଲକ୍ଷ୍ମୀ ଙ୍କୁ ସନ୍ତୁଷ୍ଟ କରିବାକୁ ଯେମିତି ହେଲେ ଲକ୍ଷ୍ମୀପୁରାଣ ପଢିବେ I ଘରକୁ ନିହାତି ଭାବରେ ସଫା ପରିସ୍କାର କରିବେ I

ଦୈନଦିନ ଜୀବନରେ ଧନ ର ଆବଶ୍ୟକତା କେତେ ନିହାତି ଜରୁରୀ ତାହା କହିବା ଦରକାର ନାହିଁ ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଯେଉଁ ଜାତକ ରାଶିରେ ବୃହସ୍ପତି ଥାଏ ସେମାନଙ୍କୁ ଧନ ର ଅଭାବ ହେଇନଥାଏ କାହିଁକିନା ମା ଲକ୍ଷ୍ମୀ ସେମାନଙ୍କ ପ୍ରତି ଶୁଭଫଳ ପ୍ରଦାନ କରିଥାନ୍ତି I ଶାସ୍ତ୍ର ଅନୁଯାଇ ଗୁରୁବାର କୁ ମା ଲକ୍ଷ୍ମୀ ଙ୍କ ବାର କୁହାଯାଏ ଆଜି ପୁଣି ମାର୍ଗଶିର ଗୁରୁବାର I ମା ଲକ୍ଷ୍ମୀ ଙ୍କୁ ସନ୍ତୁଷ୍ଟ କରିବାକୁ ଆପଣ ଭକ୍ତି ସହକାରେ ସକାଳୁ ଉଠି ନିଜର ନିତ୍ୟକର୍ମ ସାରି ଶୁକ୍ଳ (ଧଳା )ରେ ଲାଲ ଟିପା ଥିବା ଶାଢ଼ୀ ପିନ୍ଧି

କଞ୍ଚା ବିଶୁଦ୍ଧ କ୍ଷୀର କୁ ଏକ ସ୍ୱର୍ଚ୍ଛ ପାତ୍ର ରେ ମା ତୁଳସୀ ଙ୍କୁ କ୍ଷୀର ସମର୍ପଣ କରନ୍ତୁ ଏବଂ ପୂଜା ସମୟରେ ମା ଲକ୍ଷ୍ମୀ , ବିଷ୍ଣୁ , ବୃହସ୍ପତି ଏବଂ ତୁଳସୀଙ୍କ ଆରାଧନା କରନ୍ତୁ I ମା ତୁଳସୀ ଙ୍କ ପାଖରେ ଜଳ ଅର୍ପଣ କରିବା ପରେ ଓଁ ନମ୍ଃ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରିବା ଦ୍ୱାରା ସମସ୍ତ ଦୁଃଖ କ୍ଳେଶ ଦୂର ହେଇଥାଏ I ଶାସ୍ତ୍ର ରେ ଅଛି ସକାଳୁ ସ୍ନାନ ସାରି ମା ତୁଳସୀ ଙ୍କୁ ପୂଜା କଲେ ସବୁ ଦୋଷ କଟିଯାଏ ଏବଂ ଭଗବାନ ବିଷ୍ଣୁ ଙ୍କ ପ୍ରସନ୍ନତା ଲାଭ ହେବା ସହିତ ବୃହସ୍ପତି ଙ୍କର ଅଶୁଭ ନଜର କଟିଯାଇଥାଏ I

ଏହା ସହିତ ପ୍ରତ୍ୟକ ଗୁରୁବାର ରେ ଘରକୁ ପରିସ୍କାର କରି ଅରୁଆ ଚାଉଳ ଚିତା ରେ ମା ଲକ୍ଷ୍ମୀ ଙ୍କ ଝୋଟି ଆଙ୍କନ୍ତୁ , ଘରେ କଳହ କରନ୍ତୁ ନାହିଁ , ଗୁରୁବାର ଦିନ ଘରେ ଆମିଷ ବ୍ୟଞ୍ଜନ କରନ୍ତୁ ନାହିଁ ଦେଖିବେ ମା ଲକ୍ଷ୍ମୀ ଏବଂ ବୃହସ୍ପତି ଙ୍କ ଶୁଭ ନଜର ଆପଣଙ୍କ ଉପରେ ପଡିବ ଏବଂ ଆପଣଙ୍କ ଘରେ ଧନ ସହିତ ଶାନ୍ତି ରେ ଭରିଯିବ I

Leave a Reply

Your email address will not be published. Required fields are marked *