କାହିଁକି ଅଭିନୟ କରୁନାହାନ୍ତି ସୁପରଷ୍ଟାର ଉତ୍ତମ ମହାନ୍ତି ,ଜାଣନ୍ତୁ ଉତ୍ତମ ଙ୍କ ବିଷୟରେ କିଛି ଅଜଣା କଥା

କାହିଁକି ଅଭିନୟ କରୁନାହାନ୍ତି ସୁପରଷ୍ଟାର ଉତ୍ତମ ମହାନ୍ତି ,ଜାଣନ୍ତୁ ତାଙ୍କ ଜୀବନୀ ବିଷୟରେ
ଓଡିଶା ମାଟିରେ ଭଲକି ଜଣାଶୁଣା ତଥା ଘରେ ଘରେ ପରିଚିତ ଏକ ଲୋକପ୍ରିୟ ନାମ ହେଉଛି ଉତ୍ତମ ମହାନ୍ତି I
1954 ମସିହାରେ ବିହାରର ବଳରାମପୁର ରେ ଜନ୍ମ ନେଇଥିବା ଉତ୍ତମ ଛ ମାସ ପରେ ନିଜ ପରିବାର ସହିତ ଚାଲିଆସିଥିଲେ ଓଡିଶା ର ମୟୁରଭଞ୍ଜ ର ବାରିପଦା କୁ I ଏହିଠାରେ ହିଁ ତାଙ୍କ ଶୈଶବ ରୁ କିଶୋର କଟିଥିଲା I ଅଭିନୟ ପ୍ରତି ଅହେତୁକ ମୋହ ଥିବାରୁ 1977 ମସିହାରେ ଅଭିମାନ ଚଳଚିତ୍ର ରେ ସିନେମା ଜଗତରେ ଏଣ୍ଟ୍ରି କରିଥିଲେ

ବାସ ଆଉ ଫେରି ନାହାନ୍ତି ପଛକୁ I1982 ରେ ଅସ୍ତରଙ୍ଗ ଚଳଚିତ୍ର ରେ ଉତ୍ତମ ଙ୍କ ସହିତ ଅପରାଜିତା ଙ୍କ ପ୍ରଥମ ଚଳଚିତ୍ର ଆସିଥିଲା ଯାହାକୁ କି ଲୋକେ ବହୁତ ପସନ୍ଦ କରିଥିଲେ I ୟା ମଧ୍ୟରେ ଉତ୍ତମ ମହାନ୍ତି ଙ୍କ ସହିତ ଅପରାଜିତା ଙ୍କ ଯୋଡି କୁ ଲୋକଙ୍କ ସ୍ୱୀକୃତି ମିଳେ I

ପ୍ରାୟତଃ ସବୁ ଫିଲ୍ମ ତାଙ୍କର ସୁପରହିଟ ହେବାରେ ଲାଗିଲା I ଏପରିକି ପ୍ରତିବର୍ଷ ତାଙ୍କର 4ରୁ 5ଟି ଚଳଚିତ୍ର ଆସିବାକୁ ଲାଗିଲା I ରିଲ ଦୁନିଆର ଯୋଡି ଶେଷରେ ବାନ୍ଧିହୁଅନ୍ତି ବାସ୍ତବ ଦୁନିଆର ବନ୍ଧନ ରେ I 17 ମେ 1987 ରେ ଦୁହେଁ ବିବାହ କରିଥିଲେ I

ନାୟକ ଭାବରେ ଅଭିନୟ କରୁକରୁ କେତେବେଳେ ଯେ ସୁପରଷ୍ଟାର ର ମୋହର ଲାଗିଯାଇଥିଲା ସେ ଜାଣିପାରିନଥିଲେ I ୟା ମଧ୍ୟରେ ପାଖାପାଖି ୩୦ଟି ବଙ୍ଗଳା ଚଳଚିତ୍ର ସହିତ ମୋଟାମୋଟି 200 ରୁ ଉର୍ଧ ଚଳଚିତ୍ର ରେ ଅଭିନୟ କରିଛନ୍ତି I ହିରୋ ଅଭିନୟ ପରେ କ୍ରମଶଃ ନାୟକ ବା ନାୟିକାର ର ବାପା ଭୂମିକାରେ ମଧ୍ୟ ଅଭିନୟ ଜାରି ରଖିଥିଲେ I

ତେବେ 2009 ରେ ପାଗଳ କରିଛି ପାଉଁଜି ତୋର ପରେ ଆଉ ଅଭିନୟ କରିନଥିଲେ ଉତ୍ତମ ମହାନ୍ତି I କିଛି ଧାରାବାହିକ ମଧ୍ୟ ସେ କରିଛନ୍ତି ତନ୍ମଧ୍ୟରୁ ଉତ୍ତରଦାୟୀ ରେ ବହୁତ ଦମଦାର ଭୂମିକା ରେ ମଧ୍ୟ ଅଭିନୟ କରିଥିଲେ I ଉତ୍ତମ ମହାନ୍ତି ଏବଂ ଅପରାଜିତା ଙ୍କ ପୁଅ ବାବୁସାନ ମଧ୍ୟ ୟା ମଧ୍ୟରେ ସୁପରଷ୍ଟାର ର ମାନ୍ୟତା ପାଇସାରିଲେଣି I

1999 ମସିହାରେ ଜୟଦେବ ପୁରସ୍କାର ,2008 ମସିହାରେ ଶ୍ରେଷ୍ଠ ଅଭିନେତା, “ଫିଟଫାଟ ବାଇସ୍କୋପ” ପୁରସ୍କାର ଏବଂ 2012 ମସିହାରେ ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ପୁରସ୍କାର,ସହିତ ଆହୁରି ଅନେକ ଆୱାର୍ଡ ତାଙ୍କ ନାମରେ ଦିଆଯାଇଛି I ତେବେ 2009 ପରେ କୌଣସି ଅଭିନୟ ରେ ଯୋଗ ଦେଇନଥିବା ଉତ୍ତମ ମହାନ୍ତି ପପୁ ପମପମ ଙ୍କ ଉପରେ ନିର୍ମିତ ଭାଇନା କଣ କଲାସେ ଚଳଚିତ୍ରରେ ଅଭିନୟ କରିଥିଲେ I ଦୀର୍ଘ 8ବର୍ଷ ପରେ ପୁଣି ଚଳଚିତ୍ର କୁ ଫେରିଥିଲେ I ଏହି ସମୟରେ ମଧ୍ୟ ଓସ୍କାର ଚିଟ ଫଣ୍ଡ କମ୍ପାନୀ ପ୍ରଚାର ପ୍ରସାର ରେ ଛନ୍ଦି ହେଇଯାଇଥିଲେ I ଏହାପରେ 28 ଜାନୁଆରୀ 2017 ରେ ବିଜେଡି ରେ ଯୋଗଦାନ କରିଥିଲେ ଉତ୍ତମ I

ତେବେ 2019 ରେ ଉତ୍ତମ ମହାନ୍ତି ଙ୍କ ପୁଣି ଏକ ଚଳଚିତ୍ର ଆସିବାକୁ ଯାଉଛି ଯାହାର ନାମ ରହିଛି କ୍ରେଜି 4 I

Leave a Reply

Your email address will not be published. Required fields are marked *