ସଵାରୀ ବଦଳରେ ଉଠିଲା କୋକେଇ ,ଦେଶ ପାଇଁ ଦେଲେ ଜୀବନ ,ସରିଥିଲା ନିର୍ବନ୍ଧ ଆଉ ମାତ୍ର କିଛି ଘଣ୍ଟା ର ଅପେକ୍ଷା ଥିଲା ବିବାହ ପାଇଁ

ଆଜି ଆମେ ଶାନ୍ତିରେ ସୋଇପାରୁଛେ ଭାରତୀୟ ଯବାନ ଙ୍କ ପାଇଁ I ସେମାନେ କଡା ପହରା ତଥା ଜୀବନକୁ ବାଜି ଲଗାଇ ଆମକୁ ସୁରକ୍ଷା ଦେଇଥାନ୍ତି I ସେମାନେ ନିଜେ ବି ଜାଣି ନଥାନ୍ତି ସେମାନଙ୍କ ଜୀବନ କେଉଁ ଆତଙ୍କବାଦୀ ର ଗୁଳି ରେ ଯିବ କିମ୍ବା ଅବସର ନେବେ I ତଥାପି ଦେଶପାଇଁ ଜୀବନ ଦେବାକୁ ସେମାନେ ତିଳେମାତ୍ର ଭୟ କରିନଥାନ୍ତି I ଆମ ମାନଙ୍କ ପରି ସେମାନଙ୍କର ପରିବାର ,ହସଖୁସି ସେମିତି କିଛି ନଥାଏ ଯେମିତି I ଏମିତି ଏକ ଘଟଣା ପୁଣି ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାରେ ସଠିଗବାଁ ଗ୍ରାମରେ I ଏଇ ଗ୍ରାମର ବିଜୟ ପାଣ୍ଡେ ଜାମ୍ମୁ ପରଗବାଲା ନିକଟରେ ଡ୍ୟୁଟି କରୁଥିଲେ I ଭାରତ ମାତାର ସୁରକ୍ଷା ପାଇଁ I ୟା ମଧ୍ୟରେ ବିଜୟ ଙ୍କର ବିବାହ ସ୍ଥିର ହେଇସାରିଥିଲା I

ବିଜୟ ମଧ୍ୟ ଛୁଟି ନେଇସାରିଥିଲେ ବିବାହ ପାଇଁ I ନିର୍ବନ୍ଧ ପରେ ଆଉ ମାତ୍ର ଦୁଇଦିନ ଥାଏ ସବୁ ପ୍ରସ୍ତୁତି ସରିଥାଏ ,ଏପରିକି ନିମନ୍ତ୍ରଣ କାର୍ଡ ବଣ୍ଟା , ବେଦି ସଜା ,ଝିଅ ଘରୁ ମଙ୍ଗୁଳା ମଧ୍ୟ ସରିଯାଇଥିଲା I

କେବଳ ଅପେକ୍ଷା ଥିଲା ବିଜୟ ପହଁଚିବା ପରେ ହଳଦୀ ଗାଧୁଆ ହେଇ ବର ବେଶ ସାଜିବେ ଏବଂ ନୂଆ ବୋହୂକୁ ଘରକୁ ଆଣିବେ I ତେବେ ପ୍ରକୃତି ର ନିର୍ଦେଶ ଥିଲା କିଛି ଭିର୍ଣ୍ଣ ବୋଧେ I ଘରକୁ ବାହାରୁଥିବା ସମୟରେ ବାହାର ସୀମାରେ ପାକିସ୍ତାନ ପକ୍ଷରୁ ଶତ୍ରୁପକ୍ଷ ଗୁଳି ବର୍ଷଣ କରିଦେଇଥିଲେ I

କିଛି ବୁଝିବା ଆଗରୁ ସେହିଠାରେ ଟଳିପଡିଥିଲେ ବିଜୟ I ଅଧା ରହିଯାଇଥିଲା ବିବାହ ର ସ୍ବପ୍ନ Iଘରେ ଖବର ଜାଣିବା ପରେ ସତେ ଯେପରି ପାଦ ତଳୁ ମାଟି ଖସିଯାଇଥିଲା ଏବଂ ଆକାଶ ବି ଛିଡିପଡିଲା ପରି ଲାଗୁଥିଲେ ଘରଲୋକଙ୍କୁ I କିନ୍ତୁ ଆଉ ଫେରିନଥିଲେ ବିଜୟ ବାଣ ରୋଷଣୀ ବଦଳରେ ଫୁଟିଥିଲା ଗୁଳି ତୋପ ଆଉ ଵର ବଦଳରେ ଶହୀଦ ଯବାନ ବାହାରିଥିଲେ ଶେଷ ଯାତ୍ରାରେ I

Leave a Reply

Your email address will not be published. Required fields are marked *