ଅଟଳ ବାଜପେୟୀ ଙ୍କ ଜନ୍ମଦିନ କୁ ମଧ୍ୟପ୍ରଦେଶରେ କଂଗ୍ରେସ ଧୂମଧାମ ରେ ପାଳନ କରି ସୁସାଶନ ଆରମ୍ଭ କରିବ

ମଧ୍ୟପ୍ରଦେଶରେ ବିଜେପି କୁ ହରାଇ ପ୍ରତିଦ୍ବନ୍ଦୀ କଂଗ୍ରେସ ଦୀର୍ଘ ୧୫ ବର୍ଷ ପରେ କ୍ଷମତାକୁ ଫେରିବା ପରେ ନିଜର ରାଜନୈତିକ ଗୋଟି ଚାଳନା କରିବାରେ ଲାଗିପଡ଼ିଚି I ସରକାର କୁ ଆସୁଆସୁ କୃଷିରୁଣ ଛାଡ଼ କରି ଚର୍ଚ୍ଚା ରେ ଥିବା କମଲନାଥ ପୁଣି ଏବେ ଆଉ ଏକ ଚର୍ଚ୍ଚା ରେ ଅଛନ୍ତି I ଆଗାମୀ ଡିସେମ୍ବର ୨୫ରେ ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ପଡୁଛି I ଏମିତିରେ ଦେଖିବାକୁ ଗଲେ ବାଜପେୟୀ ବିଜେପି ର ଥିଲେ ମଧ୍ୟ ସମସ୍ତେ ତାଙ୍କୁ ଭଲପାଉଥିଲେ

I ଏବେ ବାଜପେୟୀ ଙ୍କ ଜନ୍ମଦିନ କୁ କଂଗ୍ରେସ ସରକାର ବହୁ ଧୂମଧାମ ରେ ପାଳନ କରିବାକୁ ସମସ୍ତ ଯୋଜନା ଆରମ୍ଭ କରିଦେଇଛନ୍ତି I ଏହିଦିନଠାରୁ ମଧ୍ୟପ୍ରଦେଶ ରେ କଂଗ୍ରେସ ର ସୁସାଶନ ଦିନ ଆରମ୍ଭ କରାଯିବ ବୋଲି ଘୋଷଣା କରାଯାଇଛି I

Leave a Reply

Your email address will not be published. Required fields are marked *