ରାସ୍ତାରେ ଦୁର୍ଘଟଣାରେ ଆହତ ଙ୍କୁ ହସ୍ପିଟାଲ ପହଞ୍ଚାଇଲେ ସରକାର ଙ୍କ ତରଫରୁ ପୁରସ୍କାର ଦିଆଯିବ : ଲାଗୁହେଲା ନୂଆ ନିୟମ

ରାସ୍ତାରେ ଗାଡିଦୁର୍ଘଟଣା ବଢ଼ିବାରେ ଲାଗିଛି I ଦୁର୍ଘଟଣା ସମୟରେ ରେ ପ୍ରାୟତ ଅନେକ ଲୋକଙ୍କର ମୃତ୍ୟୁ ମଧ୍ୟ ହେଉଛି I ତେବେ ସବୁଠୁ ବଡ କଥା ହେଉଛି ଦ୍ୱର୍ଘଟଣା ସମୟରେ ଯଦି ବାଟରେ ଯାଉଥିବା ପଥଚାରୀ ମାନେ ତୁରନ୍ତ ଦୁର୍ଘଟଣା ର ଶିକାର ହେଇଥିବା ବ୍ୟକ୍ତିଙ୍କୁ ହସ୍ପିଟାଲ ନେଇଆସନ୍ତେ ତେବେ ଗୁରୁତର ରୁ ରକ୍ଷା ମିଳିଯାଆନ୍ତା I କିନ୍ତୁ ଏହା ସମ୍ଭବ ହେଉନି ଆଇନ କାନୁନ ଡରରେ ବାଟରେ ଯାଉଥିବା ଲୋକଟି ମଧ୍ୟ ଦୁର୍ଘଟଣା ଦେଖିକି ପଳାଇଥାଏ ତାର ଭୟ ରହିଥାଏ କି ଯଦି ସେ ହସ୍ପିଟାଲ ନେବେ ତେବେ ତାଙ୍କୁ ବହୁ ସମସ୍ୟା ଭୋଗିବାକୁ ପଡିବ ଏପରିକି ପୋଲିସ ର ତଦନ୍ତ ପରିସର ମଧ୍ୟ ହେବାକୁ ପଡିବ I

ଯେଉଁଥିପାଇଁ କି ନିର୍ଭୟା ଧର୍ଷଣ ଏବଂ ହତ୍ୟାକାଣ୍ଡ ରେ ଦୁଇବନ୍ଧୁ ରାସ୍ତାରେ ପଡି ଛଟପଟ ହେଇ ସାହାଯ୍ୟ ମାଗୁଥିଲେ ମଧ୍ୟ କେହି ଶୁଣିନଥିଲେ ରାଜଧାନୀ ଦିଲ୍ଲୀ ରେ I କିନ୍ତୁ ଏହି ସମସ୍ୟା କୁ ସମାଧାନ କରିବାକୁ ନୂଆ ପଦକ୍ଷେପ ନେଇଛନ୍ତିପରିବହନ କମିଶନର ସଞ୍ଜୀବ ପଣ୍ଡା I

ଏଣିକି ଯଦି କୌଣସି ବ୍ୟକ୍ତି ସଡକ ଦୁର୍ଘଟଣା ରେ ଆହତ ହେଇ ବାଟରେ ସାହାଯ୍ୟ ମାଗୁଥାନ୍ତି ଆପଣ ତାଙ୍କୁ ହସ୍ପିଟାଲ ନେଇ ଆସିଲେ କୌଣସି ବି ତଦନ୍ତ ରେ ସାମିଲ କରାଯିବନି I ଦୁର୍ଘଟଣାରେ ଆହତମାନଙ୍କୁ ହସ୍ପିଟାଲ ରେ ପହଞ୍ଚାଇଲେ ସରକାର ଙ୍କ ତରଫରୁ ନଗଦ 2ହଜାର ଟଙ୍କାର ପୁରସ୍କାର ମିଳିବ ଏହା ସହିତ ଯଦି ଯାତାୟାତ ଖର୍ଚ୍ଚ ସହିତ ବ୍ୟକ୍ତିଙ୍କୁ ଆଣିଥିବା ପରିବହନ ଅର୍ଥ ମଧ୍ୟ ସଙ୍ଗେ ସଙ୍ଗେ ଦିଆଯିବ I

ତେଣୁ ସମସ୍ତଙ୍କୁ ଅନୁରୋଧ ଦୟାକରି ରାସ୍ତାରେ ପଡିଥିବା ଦୁର୍ଘଟଣା ର ବ୍ୟକ୍ତିଙ୍କୁ ତୁରନ୍ତ ସାହାଯ୍ୟ ର ହାତ ବଢ଼ାନ୍ତୁ ଏବଂ ପୁରସ୍କାର ମଧ୍ୟ ପାଆନ୍ତୁ I

Leave a Reply

Your email address will not be published. Required fields are marked *