ଚାଷୀଙ୍କ ପାଇଁ ନବୀନ ଙ୍କ ନୂଆବର୍ଷ ଭେଟି “କାଳିଆ ” I ଚାଷୀଙ୍କ 2ଲକ୍ଷ ପର୍ଯ୍ୟନ୍ତ ଜୀବନବିମା ସହିତ ଅନ୍ୟାନ୍ୟ ଉପହାର

ତିନୋଟି ରାଜ୍ୟରେ ବିଜେପି ପରାଜୟ ର ପ୍ରମୁଖ କାରଣ ଚାଷୀ ହେଇଥିବା ବେଳେ କଂଗ୍ରେସ ଏହାର ଫାଇଦା ଉଠାଇଥିଲା I ଓଡ଼ିଶାରେ ମଧ୍ୟ ଚାଷୀ ଙ୍କ ଆନ୍ଦୋଳନ ଲାଗିରହିଥିବା ବେଳେ ଆଗକୁ ନିର୍ବାଚନ ଆସୁଥିବାରୁ ନିଜର ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ I ଚାଷୀଙ୍କ ପାଇଁ ଘୋଷଣା କରିଛନ୍ତି ନୂଆ ଯୋଜନା I ଯାହାର ନାମ ରହିଛି କାଳିଆ I ଏହି ଯୋଜନାରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚକରାଯିବ ଯାହାକି ଚାଷୀଙ୍କ କାର୍ଯ୍ୟରେ ଲାଗିବ I

ଏହି ଯୋଜନା ଅନୁଯାଇ ପ୍ରତିବର୍ଷ ୧୦ ହଜାର ଟଙ୍କାର ସହାୟତା କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଙ୍କ ପରିବାରକୁ ଦିଆଯିବ |ବିଭିର୍ଣ୍ଣ ଚାଷ କରିବାକୁ ଇଛୁକ ଥିବା ଚାଷୀ ମାନଙ୍କ ପାଇଁ ଛେଳି ପାଳନ,କୁକୁଡ଼ା ପାଳନ ,ମାଛ ପାଳନ ,ଛତୁ ପାଳନ ,ମହୁ ପାଳନ ପାଇଁ ଆବଶ୍ୟକ ପ୍ରୋତ୍ସାହନ ପ୍ରଦିଆଯିବ I

ଏହା ସହିତ ଚାଷୀ ମାନେ ବିଭିର୍ଣ୍ଣ କୃଷି ଯନ୍ତ୍ରପାତି ସାମଗ୍ରୀ କ୍ରୟ ନିମନ୍ତେ ୧୦ ହଜାର ଟଙ୍କା ସହାୟତା ମଧ୍ୟ ପାଇପାରିବେ I ଚାଷୀ ଏବଂ ଭୂମିହୀନ କୃଷି ଶ୍ରମିକଙ୍କ ପାଇଁ ଜୀବନ ବୀମା କରାଯିବ ଯାହାକି ପାଖାପାଖି ୨ ଲକ୍ଷ ଟଙ୍କା ର ରହିବ I ଚାଷ କାର୍ଯ୍ୟ ପାଇଁ ଦିଆଯାଉଥିବା ଲୋନ ରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ କୌଣସି ସୁଧ ଲାଗୁହେବ ନାହିଁ I

Leave a Reply

Your email address will not be published. Required fields are marked *