ନାୟିକା ଟିକି ଓରଫ ବିଦେଶିନୀ ଙ୍କ ବିଷୟରେ ଜାଣନ୍ତୁ ,ବୟସ ରେ ସାନ କାହ୍ନI ଙ୍କୁ କାହିଁକି ବିବାହ କରିଥିଲେ ??

ଯାତ୍ରା ଦୁନିଆରେ ଅଭିନୟ କରୁକରୁ କେତେବେଳେ ଯେ ସେ ସବୁ ଓଡ଼ିଆ ଙ୍କର ଅତି ଲୋକପ୍ରିୟ ହେଇଗଲେ ଜାଣିପାରିଲେନି I ଏବେ ଟିକି ଏମିତି ଏକ ଚେହେରା ଯାହାକୁ ସମସ୍ତେ ଭଲକି ଜାଣିଛନ୍ତି I ବଡ ଭଉଣୀ ର ସାଙ୍ଗ ତଥା ଯାତ୍ରା ଜଗତ ର ନାୟକ ବିନୋଦ ଙ୍କ ପ୍ରେରଣା ରେ ଯାତ୍ରା କୁ ଆସିଥିଲେ ଟିକି I ଶିବାନୀ ଗଣନାଟ୍ୟରେ ଅଭିନୟ କରୁ କରୁ ନିଜର ବଳିଷ୍ଠ ଅଭିନୟ ଯୋଗୁଁ ଶିବାନୀ ର ସୁନା ଝିଅ ପାଲଟିଯାଆନ୍ତି ଟିକି I ବିଶେଷ କରି ଟିକି ଙ୍କୁ ନେଇ ଲେଖାଯାଏ କାହାଣୀ I

ବିଦେଶିନୀ ଏମିତି ଏକ ଯାତ୍ରା ଯାହାକି ପୁରା ଓଡ଼ିଶାରେ ହଇଚଇ ସୃଷ୍ଟି କରିଦେଲା I ସମସ୍ତଙ୍କ ମୁଁହରେ ଟିକିଙ୍କ ପ୍ରସଂଶା I କେବଳ ବିଦେଶିନୀ ନୁହେଁ ରଂଗୀଲା ରାଧିକା ରଜନୀଗନ୍ଧା ,ରାମ ବନବାସ କାହାଣୀ ଶେଷ ,ମୁଇଁ ସମ୍ବଲପୁରୀ ନନି ଇତ୍ୟାଦି ରେ ତାଙ୍କର ଅଭିନୟ ପାଇଁ ସେ ବେଶ ଲୋକପ୍ରିୟ ପାଲଟିବା ସହିତ ଯାତ୍ରା ଜଗତର ଏକ ନମ୍ବର ନାୟିକା ପାଲଟିଗଲେ I ତେବେ ଟିକି ଦୁଃଖରେ କୁହନ୍ତି ସଂଗୀତ ମହାବିଦ୍ୟାଳୟ ରେ ଅଭିନୟ ପାଇଁ ଆବେଦନ କରିଥିଲେ କିନ୍ତୁ ତାଙ୍କୁ ରିଜେକ୍ଟ କରିଦିଆଯାଇଥିଲା , ଦୁଃଖରେ ଭାଙ୍ଗିପଡିଥିଲେ ଟିକି ସତ କିନ୍ତୁ ଅଭିନୟର ନିଶା ଉତୁରିନଥିଲା ମନରୁ I

ଶେଷରେ ଯେଉଁ ଅନୁଷ୍ଠାନ ଟିକିଙ୍କୁ ରିଜେକ୍ଟ କରିଥିଲେ ସେଇ ଅନୁଷ୍ଠାନ ରୁ ଶ୍ରେଷ୍ଠ ନାୟିକା ର ଆୱାର୍ଡ ଗ୍ରହଣ କରିଥିଲେ ଟିକି ପଣ୍ଡା I ପ୍ରେମ ବିବାହ :ଶିବାନୀ ଗଣନାଟ୍ୟରେ ନାଟକ ମଞ୍ଚସ୍ଥ ହେଉଥାଏ ଅଣ୍ଡିରୀଚଣ୍ଡୀ ଯେଉଁଥିରେ କି ମୁଖ୍ୟ ନାୟିକା ଥାନ୍ତି ଟିକି I ତେବେ ସେହିବର୍ଷ ଶିବାନୀରେ ଯୋଗ ଦେଇଥିଲେ କାନ୍ହା I ପ୍ରଥମ ଦେଖାରେ କାନ୍ହା ଙ୍କ ପ୍ରେମରେ ପଡିଯାଇଥିଲେ ଟିକି

I କାନ୍ହା କିନ୍ତୁ ବୟସରେ ଦୁଇବର୍ଷ ସାନ ଥିବାରୁ ଅପା ଡାକୁଥିଲେ Iଟିକିଙ୍କ ଭଲପାଇବା ଭିତରେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ହେଇଯାଇଥିଲା ତେବେ ଖୋଲା ମିଜାଜ ର ନାୟିକା ଟିକି ସିଧାସଳଖ ପ୍ରେମ ପ୍ରସ୍ତାବ ଦେଇଥିଲେ କାନ୍ହା ଙ୍କୁ I ଆଉ ଶେଷରେ ଦି ଜଣ ଯାକ ପ୍ରେମ ବନ୍ଧନ ରୁ ବିବାହ ବନ୍ଧନ ରେ ବାନ୍ଧି ହେଇଯାଇଥିଲେ I କାନ୍ହା ଏବଂ ଟିକି ଙ୍କର ଦୁଇଟି ସନ୍ତାନ ଅଛନ୍ତି I

,ଦୁହେଁ ଏକାଠି ଗୋଟିଏ ମଞ୍ଚ ଶିବାନୀ ରେ କାମ କରୁଛନ୍ତି I

Leave a Reply

Your email address will not be published. Required fields are marked *