ତୃତୀୟ ବିଶ୍ୱଯୁଦ୍ଧ ରେ ପାକିସ୍ତାନ ଧ୍ବଂସ ହେଇଯିବ କି ? ସତ ହେଇପାରେ ପ୍ରସିଦ୍ଧ ଜ୍ୟୋତିଷ ମାଇକେଲ ନାସ୍ତ୍ରେଦମସ୍‌ଙ୍କ ଭବିଷ୍ୟବାଣୀ

ନୂଆବର୍ଷ 2019 ରେ ପୃଥିବୀ ପାଇଁ ମାଡି ଆସୁଛି ଘୋର ସଙ୍କଟ I ଏନେଇ ଭବିଷ୍ୟବାଣୀ କରିଛନ୍ତି ପ୍ରସିଦ୍ଧ ଜ୍ୟୋତିଷ ମାଇକେଲ ନାସ୍ତ୍ରେଦମସ୍‌ଙ୍କ I ଯାହାକି ତାଙ୍କ ପୁସ୍ତିକା ରେ ଉଲ୍ଲେଖ ଅଛି I ତାଙ୍କ ଭବିଷ୍ୟବାଣୀ ଅନୁଯାଇ 2019 ରେ ଆରମ୍ଭ ହେବ ତୃତୀୟ ବିଶ୍ୱଯୁଦ୍ଧ ,ଦେଶ ଦେଶ ମଧ୍ୟରେ କ୍ଷମତା ପାଇଁ ଜୋରଦାର ଲଢେଇ ହେବ I

ଆର୍ଥିକ ସଙ୍କଟ ଲାଗି ରହିବ ଏବଂ ବିଶ୍ୱକୁ ଅଧିକାର କରିବା ପାଇଁ ଦେଶ ଦେଶ ମଧ୍ୟରେ ଶକ୍ତି ପ୍ରଦର୍ଶନ ପାଇଁ ପରମାଣୁ ବୋମା କୁ ଅସ୍ତ୍ର କରାଯିବ I ହିରୋସୀମା ନାଗାସାକି ପରି ଧୀରେ ଧୀରେ ଧ୍ବଂସ ପାଇଯିବ ପୃଥିବୀ I ଏହା 2019 ରୁ ହିଁ ତୃତୀୟ ବିଶ୍ୱଯୁଦ୍ଧ ର ମୂଳଦୁଆ ପଡିବ ଯାହାକି ପାଖାପାଖି 27ବର୍ଷ ଧରି ଚାଲିବ I ଏହାର ପରିଣାମ ଏତେ ଭୟଙ୍କର ହେବ ଯେ ସାରା ପୃଥିବୀ ଥରି ଉଠିବ I ଡାଇନୋସର ବିଲୁପ୍ତ ହେବା ପରି ମନୁଷ୍ୟ ସମାଜ ମଧ୍ୟ ସମ୍ପୂର୍ଣ୍ଣ ଧ୍ବଂସ ହେଇଯିବ I

ପାଣିପାଗର ବେନିୟମିତତା ଦେଖାଯିବ I ଆକାଶରୁ ଅଗ୍ନି ବର୍ଷା ହେବ Iଜଳସ୍ତର ବୃଦ୍ଧି ସହିତ ତାପମାତ୍ରା ରେ ଯଥେଷ୍ଟ ପରିବର୍ତନ ଆସିବ I ଏପରି ଭବିଶ୍ୱବାଣି ଜ୍ୟୋତିଷ ମାଇକେଲ ନାସ୍ତ୍ରେଦମସ୍‌ଙ୍କ ପୁସ୍ତିକାରେ ଲେଖାଅଛି I ଆଉ କିଏ ଲେଖିଥିଲେ ହୁଏତ ଏତେ ଚର୍ଚା କିମ୍ବା ଗୁରୁତ୍ୱ ଦିଆଯାଉନଥାନ୍ତା କିନ୍ତୁ ଜ୍ୟୋତିଷ ମାଇକେଲ ନାସ୍ତ୍ରେଦମସ୍‌ ହେଉଛନ୍ତି ଏପରି ଜଣେ ବ୍ୟକ୍ତି ଯାହାଙ୍କ କୌଣସି ଗଣନା ଭୁଲ ହେଇନି I

1503 ମସିହା 14ତାରିଖ ରେ ଫ୍ରାନ୍ସରେ ଜନ୍ମ ନେଇଥିବା ଏହି ଜ୍ୟୋତିଷ ମୃତ୍ୟୁପୂର୍ବରୁ ଏକ ଭବିଶ୍ୱବାଣୀ ପୁସ୍ତିକା ରଚନା କରିଥିଲେ ଯାହାକି ଅତୀତରେ ସମ୍ପୂର୍ଣ୍ଣ ସତ ହେଇଚି I ତାଙ୍କ ପୁସ୍ତିକା ଅନୁଯାଇ ସେ ଲେଖିଥିଲେ ଯେ କେବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ହେବ ଯାହାକି ଘଟିଥିଲା I ପରେ 9/11 ଆଟାକସହିତ ପ୍ରଧାନମନ୍ତ୍ରୀ ମୋଦି ଙ୍କ ସମ୍ବନ୍ଧ ରେ ମଧ୍ୟ ଲେଖିଥିଲେ I ତାଙ୍କ ପୁସ୍ତିକା ଲେଖାନୁଯାଇ ବିଂଶ ଶତାବଧି ରେ ଏମିତି ଏକ ବ୍ୟକ୍ତି ଭାରତର ସାଶନଭାର ସମ୍ଭାଳିବ ଯିଏକି ଗରିବ ଘରେ ଜନ୍ମ ନେଇଥିବ କିନ୍ତୁ ନିଜର ପ୍ରଚଣ୍ଡ ଶକ୍ତି ବଳରେ ଭାରତକୁ ସାଶନ କରିବ I

ପ୍ରଥମେ ସମସ୍ତେ ତାକୁ ଘୃଣା କରିବେ କିନ୍ତୁ ପରେ ସମସ୍ତେ ଭଲପାଇବା ସହିତ ତାର ବଶୀଭୂତ ହେବେ I ଏହି ସବୁ ଭବିଷ୍ୟବାଣୀ ସତ ହେଇସାରିଥିବା ବେଳେ 2019 ତୃତୀୟ ବିଶ୍ୱଯୁଦ୍ଧ କୁ ନେଇ ସମସ୍ତେ ପ୍ରାୟତ ଆତଙ୍କିତ I

Leave a Reply

Your email address will not be published. Required fields are marked *