ମା ଦଉଡି ଦେଇ ଆତ୍ମହତ୍ୟା କରିଦେଲା କିନ୍ତୁ ଶେଷ ମୁହୁର୍ତରେ ଗର୍ଭରୁ ଖସିପଡ଼ି ବଞ୍ଚିଗଲା ଶିଶୁ

କଥାରେ ଅଛି ଯଦି ଭଗବାନ ବଞ୍ଚାଇବାକୁ ଚାହିଁବେ ତ କେହି ବି କିଛି କରିପାରିବେ ନାହିଁ I ସବୁର ସୃଷ୍ଟିକର୍ତ୍ତା ସେ ,ଏବଂ ଜନ୍ମ ମୃତ୍ୟୁର ସେ ନିୟନ୍ତ୍ରକ I ତାଙ୍କ ଇଛାରେ ଗଛର ପତ୍ର ମଧ୍ୟ ହଲିନଥାଏ I ତେବେ ଏହାର ପ୍ରମାଣ ମିଳିଛି ମଧ୍ୟପ୍ରଦେଶରେ I ଏମିତି ଏକ ଘଟଣା ଯାହାକି ସାରା ଭାରତରେ ଚର୍ଚ୍ଚା ପାଲଟିଛି I ଯିଏ ବି ଶୁଣୁଛି ବାଧ୍ୟ ହେଇ ମାନୁଛି ଠାକୁର ଙ୍କ ମହିମା I ପ୍ରାପ୍ତ ଘଟଣା ଅନୁଯାଇ ମଧ୍ୟପ୍ରଦେଶ କଟନିରେ ଗୋଟେ ପରିବାରରେ କୌଣସି କାରଣରୁ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ଲାଗିଥିଲା I ତେବେ ଝଗଡା ଉଗ୍ରରୂପ ନେବା ପରେ ସ୍ତ୍ରୀ ଜଣଙ୍କ ଜୀବନର ଶେଷ ନିଷ୍ପତି ବାଛିନେଇଥିଲେ I

ଏକଥା ମଧ୍ୟ ଭୁଲିଯାଇଥିଲେ ଯେ ସେ ଅନ୍ତଃସତ୍ଵା ଅଛନ୍ତି I ନିକଟ ଭବିଷ୍ୟତରେ ଏକ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି I ତେବେ ରାଗ ତ ବ୍ରହ୍ମ ଚଣ୍ଡାଳ ,କ୍ରୋଧରେ ସବୁ ହିତାହିତ ଜ୍ଞାନ ଭୁଲି ଘର ଫ୍ୟାନ ରେ ରଶି ଲଗାଇ ଝୁଲିପଡିଥିଲେ ମହିଳା ଜଣଙ୍କ I କିନ୍ତୁ ଏଇଠି ଘଟିଥିଲା ଏକ ଚମତ୍କାରୀ ଘଟଣା I

ମା ଜଣଙ୍କ ଯନ୍ତ୍ରଣା ରେ ଛାଟିପିଟି ହେଇ ମରିଯାଇଥିଲେ ମଧ୍ୟ ନିମିଷକ ମଧ୍ୟରେ ମା ର ଗର୍ଭ ରୁ ବାହାରିପଡିଥିଲା ନିରୀହ ନିଷ୍ପାପ ସନ୍ତାନ ଟି I ସତେ ଯେପରି ଭଗବାନ କହୁଥିଲେ ନା ୟାର ଆୟୁଷ ସରିନି ଏବେ ଆରମ୍ଭ ହେଇଛି I ଶିଶୁଟି ମା ଗର୍ଭ ରୁ ବାହାରି ତଳେ ପଡ଼ିନଥିଲା ବରଂ ସେହି ନାଡରେ ଲାଖି ରହିଥିଲା

ଘର ବାହାରେ ଥିବା ବାପା ଜଣଙ୍କ ତୁରନ୍ତ ଦୁଇଜଣଙ୍କୁ ହସ୍ପିଟାଲ ନେଇଥିଲେ ମଧ୍ୟ ମା ମୃତ ହେଇଯାଇଥିଲା I ଏବଂ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ରହିଥିଲା I ଏବେ ଡାକ୍ତର ଙ୍କ ହେପାଜତ ରେ ଶିଶୁଟି ରହିଛି I

Leave a Reply

Your email address will not be published. Required fields are marked *