ଦୁର୍ଘଟଣା ରେ ଚାଲିଗଲା ଏଞ୍ଜେନ କର୍ମଚାରୀଙ୍କ ଜୀବନ ,10ଲକ୍ଷ କ୍ଷତିପୂରଣ ଦେଲା ଏଞ୍ଜେନ

ସେସୁରେ ବିଦ୍ୟୁତ ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିବା ଫ୍ରାଞ୍ଚାଇଜ କମ୍ପାନୀ ଏଞ୍ଜେନ ର କର୍ମଚାରୀ
ଦୁଃଖବନ୍ଧୁ ପ୍ରଧାନ ଜଣେ ବିଲ୍ କଲେକ୍ଟର ଭାବେ ପାଲଲହଡ଼ା ବିଦ୍ୟୁତ୍ ସେକ୍ସନ , ଚାଇଁପାଲ ଡିଭିଜନ ରବବ କାର୍ଯ୍ୟ କରୁଥିଲେ Iତେବେ ଗୁରୁବାର ଦିନ ନିଜ ଡିଉଟି ସାରି ଫେରୁଥିବା ସମୟରେ ଏକ ସଡ଼କ ଦୁର୍ଘଟଣା ର ଶିକାର ହେଇଥିଲେ I ତାଙ୍କୁ ତୁରନ୍ତ ମୂର୍ମୁଷ ଅବସ୍ଥାରେ କଟକ ବଡ ମେଡିକାଲ କୁ ନିଆଯାଇଥିଲା ଚିକିତ୍ସା ପାଇଁ I କିନ୍ତୁ ଅବସ୍ଥା ଶୋଚନୀୟ ହେଇଥିବାରୁ ଗତକାଲି ତାଙ୍କର ମୃତ୍ୟୁ ହେଇଯାଇଛି I

ଶ୍ରମିକ ଙ୍କ ମୃତ୍ୟୁପରେ କ୍ଷତିପୂରଣ ପାଇଁ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ବ୍ରଜ କିଶୋର ପ୍ରଧାନ,OBKM ମହାସଂଘ ତରଫରୁ ଶ୍ରମିକ କର୍ତ୍ତୃପକ୍ଷ ତୁରନ୍ତ ଶ୍ରମିକ ଙ୍କ ପରିବାର କୁ କ୍ଷତିପୂରଣ ଦାବି କରିଥିଲେ I ପରେ ଏଞ୍ଜେନ କର୍ତ୍ତୃପକ୍ଷ ବିଧାୟକ ଙ୍କ ଦାବିକୁ ମାନିନେଇ ବାଧ୍ୟହେଇ ଶବ ସଂସ୍କାର ନିମନ୍ତେ ନଗଦ 115000 ଟଙ୍କା ସହିତ 10 ଲକ୍ଷ ଟଙ୍କାର କ୍ଷତିପୂରଣ ଦେଇଥିଲେ I

ଏହାସହିତ ମୃତ ଶ୍ରମିକ ଙ୍କର ପତ୍ନୀ ଙ୍କୁ ସଂସ୍ଥା ରେ ଏକ ଚାକିରି ଯୋଗାଇଦିଆଯିବ ବୋଲି ଏକ ଚୁକ୍ତିନାମା କରାଯାଇଥିଲା I

Leave a Reply

Your email address will not be published. Required fields are marked *