ମୁଖ୍ୟମନ୍ତ୍ରୀ ଏବଂ ବିଧାୟକ ନବ ଦାସ ଙ୍କ ହେଲିକପ୍ଟର ସମ୍ନାସାମ୍ନି ଅଳ୍ପକେ ଏକ ଦୁର୍ଘଟଣା ରୁ ଦୁହେଁ ବର୍ତ୍ତିଲେ

ଶୁକ୍ରବାର ଦିନ ଝାରସୁଗୁଡା ବିମାନବନ୍ଦର ରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପହଁଚି ସେଠାରୁ ଏକ ହେଲିକପ୍ଟରରେ କୋଲାବିରାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେବାକୁ ଉଡାଣ କରିବାର ମାତ୍ର 1ମିନିଟ ପରେ ସ୍ଥାନୀୟ ବିଧାୟକ ନବ ଦାସ ମଧ୍ୟ ଅନ୍ୟ ଏକ ବିମାନ ରେ ଉଡାଣ କରିଥିଲେ I ଏହାପରେ ହଠାତ ମୁଖ୍ୟମନ୍ତ୍ରୀ ବସିଥିବା ହେଲିକପ୍ଟର ର ପାଇଲଟ କିଛି ବୁଝିପାରିନଥିଲେ କାହିଁକିନା ତାଙ୍କ ହେଲିକପ୍ଟର ଠାରୁ ମାତ୍ର ଅଳ୍ପ ଦୂରତାରେ ଥିଲା ନବ ଦାସ ଙ୍କ ହେଲିକପ୍ଟର I

ତେଣୁ ସମ୍ଭବ୍ୟ ଦୁର୍ଘଟଣା କୁ ରୋକିବାକୁ ପାଇଲଟ କିଛିସମୟ ପର୍ଯ୍ୟନ୍ତ ଦିଗହୀନ ଭାବରେ ଘୁରିବୁଲିଥିଲେ ଏବଂ ନବ ଦାସ ଙ୍କ ହେଲିକପ୍ଟର କୁ ଅବତରଣ ପାଇଁ ନିର୍ଦେଶ ଦିଆଯାଇଥିଲା I ନବ ଙ୍କ ହେଲିକପ୍ଟର ଅବତରଣ ପରେ ମୁଖ୍ୟମନ୍ତ୍ରୀ ଙ୍କ ହେଲିକପ୍ଟର ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲା I

ମାତ୍ର କିଛିସମୟ ମଧ୍ୟରେ ଏକ ବୃହତ୍ତର ଦୁର୍ଘଟଣା ରୁ ଦୁହେଁ ବର୍ତ୍ତିଯାଇଥିବା ଚର୍ଚ୍ଚା ହେଉଛି ଯାହାର କି ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି I ତେବେ କଥା ଉଠୁଛି ମୁଖ୍ୟମନ୍ତ୍ରୀ ଙ୍କ ହେଲିକପ୍ଟର ଉଡାଣ ପରେ ଏତେ କମ ସମୟ ମଧ୍ୟରେ କିପରି ଦ୍ୱିତୀୟ ହେଲିକପ୍ଟର ଉଡାଣ ଅନୁମତି ମିଳିଥିଲା I

Leave a Reply

Your email address will not be published. Required fields are marked *