ବାଜପେୟୀ ଙ୍କ ଜୟନ୍ତୀ ପାଇଁ ମୋଦି ଜାରି କଲେ ୧୦୦ ଟଙ୍କିଆ ମୁଦ୍ରା ସ୍ମାରକୀ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହରି ବାଜପେୟୀ ଙ୍କ ଜନ୍ମ ସ୍ମାରକୀ ଉଦ୍ଦେଶ୍ୟ ରେ ଗୋଟିଏ ଦିନ ପୂର୍ବରୁ , ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସମ୍ମାନ ରେ ୧୦୦ ଟଙ୍କିଆ ସ୍ମାରକୀ କଏନ ଜାରି କରିଛନ୍ତି। ଆସନ୍ତା କାଲି ଅର୍ଥାତ୍ ଡିସେମ୍ବର ୨୫ ତାରିଖ ରେ ଅଟଳବିହରି ବାଜପେୟୀ ଙ୍କ ୯୫ ତମ ଜନ୍ମ ଜୟନ୍ତୀ।

ତେବେ ଏହି କଏନ ଜାରି କରିବା ସମୟରେ ମୋଦୀ କହିଛନ୍ତି ଯେ ତାଙ୍କ ମନ ଏବେ ବି ମାନୁ ନାହିଁ କି ବାଜପେୟୀ ଆମ ଗହଣ ରେ ନାହାନ୍ତି।
ଏହି ମୁଦ୍ରା ରେ ବାଜପେୟୀ ଙ୍କ ମୁଦ୍ରା ରହିବା ସହିତ ତାଙ୍କ ନାମ ଦେବନାଗରୀ ଓ ଇଂରାଜୀ ଅକ୍ଷର ରେ ଲେଖା ହୋଇଛି। ଏହି ସ୍ମାରକ ଉନ୍ମୋଚନ ଅବସର ରେ ମୋଦି କହିଛନ୍ତି ଯେ ବାଜପେୟୀ ଆମ ହୃଦୟରେ ପୁରା ୫୦ ବର୍ଷ ରାଜ୍ କରିଥିଲେ ଓ ଆଗକୁ ବି କରିବେ। ଆଜି ବି ଲାଗୁନି କି ବାଜପେୟୀ ଆମ ଗହଣ ରେ ନାହାନ୍ତି। ଆସନ୍ତା କାଲି ପ୍ରଧାମନ୍ତ୍ରୀଙ୍କର ୯୫ ତମ ଜନ୍ମ ଜୟନ୍ତୀ।

ନଟୋଫିକେଶନ ଅନୁଯାୟୀ ମୁଦ୍ରା ର ଓଲଟା ପଟେ ଅଶୋକ ସ୍ତମ୍ଭ ଏବଂ ଦେବନାଗରୀ ଲିପି ରେ ସତ୍ୟମେବଜୟତେ ଲେଖା ଥିବାର ଦେଖା ଯିବା। ଏହା ସହିତ ମୁଦ୍ରା ର ଏକ ପାଖେ ଦେବନାଗରୀ ଲିପି ରେ ଭାରତ ଓ ଅନ୍ୟ ପାଖେ ଇଂରାଜୀ ଭାଷାରେ ଇଣ୍ଡିଆ ଲେଖା ଥିବାର ଦେଖାଯିବ।ଅଶୋକ ସ୍ତମ୍ଭ ତଳେ ମୁଦ୍ରା ର ଚିହ୍ନ ଏବଂ ୧୦୦ ଟଙ୍କା ରହିବା। ଏହି ମୁଦ୍ରା ରେ ଚାନ୍ଦୀ ମିଶ୍ରିତ ହୋଇ ରହିବ ଯାହାର ମାତ୍ରା ୧୦୦୦ ରେ ୪୯୮ ରୁ ୫୦୨ ରହିବ।
ତେବେ ଆପଣମାନେ ଜନୀରଖିବ ଉଚିତ୍ ଯେ ବାଜପେୟୀଙ୍କ ନାମରେ ହିମାଳୟ ରେ ୪ ଗୋଟି ନାମ ରଖାଯାଇଛି। ଛତିଶଗଡ ରେ ନୂଆ ରାୟପୁର ର ନାଆଁ ଅଟଳନାଗର ମଧ୍ୟ ରଖାଯାଇଛି। ଏହାଛଡା ଲଖ୍ଣୋ ର ପ୍ରସିଦ୍ଧ ହାଜ୍ରତାଗଞ୍ଜ ଚୋରହ ର ନାଆଁ ବଦଳାଯାଇ ଅଟଳ ଚୋକ୍ ରଖାଯାଇଛି।

Leave a Reply

Your email address will not be published. Required fields are marked *