ମରିଗଲା ମହାରଥୀ ଙ୍କ ମାନବିକତା :ଛୋଟ ପିଲାକୁ ଖାଲ କୁ ଠେଲିଦେଲେ

ସବୁବେଳେ ନିଜର ଯାତ୍ରା ଡାଇଲଗ ପାଇଁ ଚର୍ଚାରେ ଥିବା ମନ୍ତ୍ରୀ ପ୍ରଦୀପ ମହାରଥୀ ପୁଣିଥରେ ଚର୍ଚ୍ଚା କୁ ଆସିଛନ୍ତି I ଏଥର କିନ୍ତୁ ନିଜର ଅ ମାନବିକତାକାର୍ଯ୍ୟ ପାଇଁ I ମନ୍ତ୍ରୀ ଏକ ଛୋଟ ପିଲାକୁ ଖାଲ କୁ ଠେଲିଦେବାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି I ପ୍ରାପ୍ତ ଖବର ଅନୁଯାଇ ଘଟଣା ଟି ପୁରୀ ଜିଲ୍ଲା ପିପିଲି ବ୍ଳକ୍ ତେଇଶିପୁର ପଞ୍ଚାୟତର।ବିଜେଡି ତରଫରୁ ୨୪ ନମ୍ବର ଜୋନ୍‌ ରେ ବୈଠକ ହେବାର ସଭା ଆୟୋଜନ ହେଉଥିଲା ଯେଉଁଥିରେ କି ମନ୍ତ୍ରୀ ମହୋଦୟ ମଧ୍ୟ ଉପସ୍ଥିତ ଥିଲେ I

କିନ୍ତୁ ସେହି ସମୟରେ ସେହି ବାଟ ଦେଇ ଯାଉଥିବା ଗୋଟିଏ ନିରୀହ ନିଷ୍ପାପ ଛୋଟ ପିଲାକୁ କୌଣସି କାରଣ ନଥାଇ ମନ୍ତ୍ରୀ ହଠାତ ଠେଲି ଦେଇଥିଲେ ଯାହାର କି ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି I ପିଲାଟି ଖାଲ ରେ ପଡିଯାଇଥିଲା I

ତେବେ ଏନେଇ ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ I କେଉଁ ପରିସ୍ଥିତି ରେ ଗୋଟେ ଛୋଟ ପିଲାକୁ ମନ୍ତ୍ରୀ ଏପରି ଠେଲିଦେଲେ ତାହାକୁ ସବୁ ମହଲରୁ ନିନ୍ଦା କରାଯାଉଛି I

Leave a Reply

Your email address will not be published. Required fields are marked *