ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ । ଆଜି ସାରା ଭାରତ ମନେ ପକାଉଛି ତାଙ୍କୁ

ଆଜି ପୂର୍ବତମ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟିଙ୍କ ୯୩ ତମ ସ୍ଵର୍ଣ୍ଣ ନକ୍ଷେତ୍ର।୧୯୨୪ ମସିହା ଆଜିର ଦିନରେ ଅଟଳ ଜନ୍ମ ନେଇଥିଲେ ଗ୍ୱାଲିଅର ସହରରେ।ତେବେ ତାଙ୍କର ଜନ୍ମ ଦିନକୁ ସରକାର ସୁ ଶାସନ ଦିବସ ରୂପେ ପାଳନ କରିବାକୁ ନିଷ୍ପତି ନେଇଛନ୍ତି।ଏପରି ନିଷ୍ପତି କେନ୍ଦ୍ର ସରକାର ୨୦୧୪ ମସିହାରେ ନେଇଥିବା ସୂଚନା ମିଳେ। ଅଟଳ ଙ୍କ ବାପା ଜଣେ ଶିକ୍ଷକ ଥିଲେ।ତେବେ ଅଟଳ ୧୯୩୯ ମସିହାରେ ଆଇଏସଏସ ରେ ଯୋଗ ଦିଅନ୍ତି।ଏହାପରେ ସଂଘର ବିଭିନ୍ନ କାର୍ଯ୍ୟରେ ନିଜକୁ ସାମିଲ କରନ୍ତି ଅଟଳ।

ଏହାପରେ ୧୯୪୭ ମସିହାରେ ସଂଘର ଜଣେ ସବୁଦିନିଆ କର୍ମୀ ଭାବରେ ଯୋଗ ଦିଅନ୍ତି।୧୯୫୧ ମସିହାରେ ଭାରତୀୟ ଜନସଂଘର ଯୋଗ ଦେବା ସହ ଦେଶ ପାଇଁ କାମ କରନ୍ତି।

ଏହାପରେ ସେ ଆଉ କେବେ ପଛକୁ ଫେରି ନାହାନ୍ତି।ଏହାପରେ ୧୯୯୮ ମସିହା ମାର୍ଚ୍ଚ ୧୯ ରେ ଦେଶର ପ୍ରଧାନମନ୍ତ୍ରୀ ରୂପେ କାର୍ଯ୍ୟ କରନ୍ତି।୧୯୯୬ ମସିହାରେ ମଧ୍ୟ ଅଳ୍ପ କିଛି ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ।୨୦୧୫ରେ ଭାରତରତ୍ନ ସମ୍ମାନରେ ତାଙ୍କୁ ସମ୍ମାନୀତ କରାଯାଇଥିଲା।କେବଳ ଭାରତ ନୁହେଁ ସାରା ବିଶ୍ବରେ ଅଟଳଙ୍କ ନାମ ଆମର ରହିଛି।ଦେଶପାଇଁ ଅନେକ ଗୌରବ କାମ କରିଛନ୍ତି ଅଟଳ।

ରାଜସ୍ଥାନର ପୋଖରାନର ପରମାଣୁ ପରୀକ୍ଷା ଠାରୁ ଆରମ୍ଭ କରି ଜାତୀୟ ରାଜପଥ ନିର୍ମାଣ ବା ସଂଯୋଗି କରଣରେ ତାଙ୍କର ଭୂମିକା ରହିଛି ଗୁରୁତ୍ଵ ପୂର୍ଣ୍ଣ।
୨୦୧୮ ମସିହା ଅଗଷ୍ଟ ମାସରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା ଯେତେବେଳେ ଜାଣିବାକୁ ପାଇଥିଲା ଅଟଳ ଆଉ ନାହାନ୍ତି। ସାରା ଦେଶରୁ ଅଟଳଙ୍କୁ ଶେଷ ଦର୍ଶନ ପାଇଁ ନେତାଙ୍କ ଭିଡ ଜମିବାରେ ଲାଗିଥିଲା।ଆଜି ତାଙ୍କ ଜନ୍ମ ଦିନର ସାରା ଦେଶ ତାଙ୍କୁ ମନେ ପକାଉଛି।

Leave a Reply

Your email address will not be published. Required fields are marked *