ମୃତ୍ୟୁ ପରେ ବି ପିପିଲି ଝିଅ ଧର୍ଷିତା ବେବିନା ନ୍ୟାୟ ପାଇଲାନି :ଧର୍ଷଣ କାରି ଅଭିଯୁକ୍ତ ନିର୍ଦୋଷ ରେ ଖଲାସ

ନିକଟରେ କୁନ୍ଦୁଲି ପୀଡିତା ଧର୍ଷଣ ପରେ ନ୍ୟାୟ ନପାଇ ଶେଷରେ ଆଇନ ବ୍ୟବସ୍ତା ଉପରେ ଆସ୍ଥା ହରାଇ ମୃତ୍ୟୁ ର ପଥ ବାଛିନେଇଥିଲା I କୁନ୍ଦୁଲି ପୀଡିତା ର ମୃତ୍ୟୁ ପରେ ଆଇନକାନୁନ ଉପରେ ଅନେକ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଥିଲେ ଏବେ ପୁଣି ଆଉ ଥରେ ଆଇନ କାନୁନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି I ସାତବର୍ଷ ତଳେ ପିପିଲି ଝିଅ ବେବିନା କୁ ଦୁଇଜଣ ଧର୍ଷଣ କରି ଥିଲେ I ଯାହାକି ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା

I ନ୍ୟାୟ ପାଇବାକୁ ଆଶା ରଖି ଶେଷରେ ବେବିନା କୋମା ରେ ଥିବାବେଳେ ଆରପାରିକି ଚାଲିଯାଇଥିଲା ନ୍ୟାୟ ନପାଇ I ୟେ ଘଟଣା ଥିଲା ୨୦୧୧ ନଭେମ୍ବର ୨୯ ଦିନ ଏବଂ ପରେ କୋମାରେ ପଡ଼ିରହି ୬ ମାସ ପରେ ଜୁନ୍‌ ୨୧, ୨୦୧୨ରେ ଆରପାରିକି ଚାଲିଯାଇଥିଲେ ପୀଡିତା ବେବିନା I

ତେବେ ଗତକାଲି ଏହାର ଶୁଣାଣି ହେଇଥିଲା ଏବଂ ଘଟଣାର ସମସ୍ତ ସାକ୍ଷୀ ପ୍ରମାଣ କୁ ବିଚାର କରାଯାଇ ପ୍ରମାଣ ଅଭାବ ରେ ଦୁଇ ଭାଇକୁ ରୁ ନିର୍ଦୋଷ ରେ ଖଲାସ କରାଯାଇଛି I

Leave a Reply

Your email address will not be published. Required fields are marked *