ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରି ସଙ୍ଘ ର 56ତମ ବାର୍ଷିକ ଅଧିବେଶନ

ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରି ସଙ୍ଘ ର 56ତମ ବାର୍ଷିକ ଅଧିବେଶନ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ,ଭୁବନେଶ୍ୱର ଲାଫିଙ୍ଗା ମଣ୍ଡପ ରେ ଆଜି ଦିନ 11ଟା ସମୟରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି I ଏଥିରେ ସାଂସଦ ତଥା ସମ୍ବାଦ ର ସମ୍ପାଦକ ଶ୍ରୀଯୁକ୍ତ ସୌମ୍ୟରଂଜନ ପଟନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିବା ସହିତ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମେୟର ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ,ମୁଖ୍ୟବକ୍ତା ଭାବରେ ଶକ୍ତି ସଚିବ ହେମନ୍ତ ଶର୍ମା ,ସନମାନୀତ ଅତିଥି ରାମଚନ୍ଦ୍ର ଖୁଣ୍ଟିଆ ,ପ୍ରିୟଦର୍ଶୀ ମିଶ୍ର ଏବଂ ବିଶିଷ୍ଟ ଅତିଥି ଉପଭୋକ୍ତା ମହାସଂଘ ର ସଭାପତି ରମେଶ ଶତପଥୀ ,

ସେସୁ ର ମୁଖ୍ୟ ବୈଷୟିକ ପ୍ରବନ୍ଧକ ସୁକାନ୍ତ ସ୍ୱାଇଁ ,ଲାଫିଙ୍ଗା ସମ୍ପାଦକ ରମେଶ ଚନ୍ଦ୍ର ଗୁପ୍ତା ,ସେସୁ ମାନବ ସମ୍ବଳ ଅଧିକାରୀ ସୁବ୍ରତ ମିଶ୍ର ଏବଂ ପ୍ରମୁଖ ଅତିଥି ଶ୍ରୀଯୁକ୍ତ ଯତୀନ୍ଦ୍ର ରାୟ (ଓଏସଇବି ଏମ୍ପ୍ଲୟୀଜ ଫେଡେରେସନ ସମ୍ପାଦକ ) ଯୋଗ ଦେଇ କର୍ମଚାରୀ ଙ୍କୁ ଉତ୍ସାହିତ କରିବେ I

ଆଜିଠାରୁ 27ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଜାରିରହିବ I ଏ ଅବସରରେ ସଂଘଠନ ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାପାତ୍ର ସମସ୍ତ କର୍ମଚାରୀ ମାନଙ୍କୁ ଯୋଗଦେବାକୁ ଅନୁରୋଧ କରିଛନ୍ତି I

Leave a Reply

Your email address will not be published. Required fields are marked *