ଚିକିତ୍ସା ବାହାନା ରେ ଆଉ ଶୋଷଣ କରିପାରିବେନି କୌଣସି ବି ଡାକ୍ତରଖାନା:ଜାଣି ରଖନ୍ତୁ ଆପଣଙ୍କ ଅଧିକାର

ଏକଥା ସତ ଯେ କୌଣସି ବି ମଣିଷ ମେଡିକାଲ୍ ର ଚକର୍ କାଟିବା ଆଦୌ ପସନ୍ଦ କରନ୍ତି ନାହିଁ।କିନ୍ତୁ ବେଳେ ବେଳେ ଏମିତି ସମୟ ଆସି ପହଞ୍ଚେ ଯେତେବେଳେ ଆମେ ମେଡିକାଲ୍ କର୍ତ୍ତୁପକ୍ଷଙ୍କ ସାମ୍ନାରେ ହାତ ଯୋଡ଼ି ନେହୁରା ହେବାକୁ ପଡିଥାଏ।

କାହିଁକି ନା କିଛି ମେଡିକାଲ୍ ଏପରି ଅଛନ୍ତି ଯେଉଁମାନେ କି ଆମର ଏଭଳି ଖରାପ୍ ସମୟରେ ବେଶ୍ ଭଲ ଫାଇଦା ଉଠାନ୍ତି ଆଉ ଚିକିତ୍ସା ଆଳରେ ନିରୀହ ତଥା ଗରିବ ଲୋକଙ୍କ ଜୀବନ ଯାକର ସଞ୍ଚିତ ଧନକୁ ଆଖି ପିଛୁଳାକେ ଝାଂପି ନିଅନ୍ତି।

କିନ୍ତୁ ଯଦି ଆମେ ସଚେତନ ହେବା ତେବେ ତେବେ ଆମକୁ ଏଭଳି ପରିସ୍ଥିତିର ସାମ୍ନା ହେବାକୁ ବୋଧହୁଏ ପଡି ନ ପାରେ।ଆଜ୍ଞା ହଁ।ଆଜି ହିଁ ଆମେ ଆପଣଙ୍କୁ କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ବିଷୟରେ ଅବଗତ କରାଇବୁ ଯାହା ଆପଣଙ୍କ କାମରେ ନିଶ୍ଚୟ ଆସିପାରେ।ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ

୧.ଖର୍ଚ୍ଚ ଜାଣିବାରେ ରହିଛି ସମ୍ପୂର୍ଣ୍ଣ ଅଧିକାର:

ଯେତେବେଳେ ଆପଣ କୌଣସି ମେଡିକାଲ୍ କୁ ରୋଗୀ ଧରି ଯାଉଛନ୍ତି ସେତେବେଳେ ଆପଣଙ୍କର ଏହା ଜାଣିବାର ପୁରା ହକ ରହିଛି କି ଆପଣ ଉକ୍ତ ମେଡିକାଲ୍ କର୍ତ୍ତୁପକ୍ଷଙ୍କ ନିକଟରୁ ଖର୍ଚ୍ଚ ସମ୍ପର୍କିତ ସମସ୍ତ ବିବରଣୀ ପଚାରି ବୁଝି ପାରିବେ।ଏ ସମ୍ପର୍କରେ ସଂପୃକ୍ତ ଡାକ୍ତର ଆପଣଙ୍କୁ ଜଣାଇବା କି ଆପଣ ବାସ୍ତବରେ କେଉଁ ରୋଗରେ ଆକ୍ରାନ୍ତ ଅଛନ୍ତି ଏବଂ ଏହାର ଚିକିତ୍ସା ଖର୍ଚ୍ଚ କେତେ ଲାଗିବ।କାରଣ ଏ ସମ୍ପର୍କରେ ଜାଣିବାର ପୁରା ଅଧିକାର ରୋଗୀଙ୍କୁ ଦିଆଯାଇଛି।

୨.ଜରୁରୀ ପରିସ୍ଥିତିରେ ସାଧାରଣ ଚିକିତ୍ସା ପାଇବାର ଅଧିକାର:

ଜଣେ ସାଧାରଣ ଲୋକ ନିକଟରେ ଅନ୍ୟ ଏକ ଅଧିକାର ରହିଛି କି ଯଦି ଆପଣ ଇମର୍ଜେନ୍ସି ରେ କୌଣସି ମେଡ଼ିକାଲରେ ପହଞ୍ଚନ୍ତି ତେବେ ସେଠାରେ ବିନା କୌଣସି ତଥ୍ୟରେ ଆପଣଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯିବ।କୌଣସି ବି ଚିକିତ୍ସକ ଏଥିରେ

ଆପଣଙ୍କୁ ମନା କରି ପାରିବେ ନାହିଁ କିମ୍ବା ଚିକିତ୍ସା ନ କରି ଫେରାଇ ପାରିବେ ନାହିଁ।

୩.ମେଡିକାଲ୍ ରିପୋର୍ଟ ଏବଂ ରେକର୍ଡ଼ ଉପରେ ଅଧିକାର:

ଆମ ସମ୍ବିଧାନରେ ଆପଣଙ୍କୁ ଏ କଥା ଉପରେ ଅଧିକାର ଦେଇଛି କି ଆପଣ ଆପଣଙ୍କର ରୋଗ ସମ୍ପର୍କରେ କୌଣସି ବି ମେଡିକାଲରୁ ବେମାରୀ ସହ ଜଡ଼ିତ ସମସ୍ତ ରେକର୍ଡ ମାଗିପାରିବେ।

ଏଥିସହିତ ହିଁ ଆପଣଙ୍କ ରୋଗ ସହିତ ଜଡିତ ସମସ୍ତ କାଗଜପତ୍ର ହାସଲ କରିବାର ପୁରା ହକ ରହିଛି।ଯଦି କୌଣସି ବି ମେଡିକାଲ୍ ପ୍ରଶାସନ ଆପଣଙ୍କୁ ଏ ସମ୍ପର୍କରେ ସୂଚନା ଦେବାକୁ ମନା କରି ଦିଅନ୍ତି ତେବେ ଉକ୍ତ ମେଡିକାଲ୍ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ଯାଇପାରେ।

Leave a Reply

Your email address will not be published. Required fields are marked *