ଦଳୀୟ କର୍ମୀଙ୍କୁ ହତ୍ୟା କରିଥିବା ହତ୍ୟାକାରୀ କୁ ଗୋଡେଇ ଗୋଡେଇ ଗୁଳି କରିଦେବାକୁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ

ରାଜନୈତିକ ଦଳ ଗୁଡିକରେ ଗୋଷ୍ଠୀବିବାଦ ଏକ ଛୋଟିଆ ଘଟଣା I ଗୋଷ୍ଟି ବିବାଦ ରୁ ହଣାକଟା ଯାଏଁ ମଧ୍ୟ କଥା ଯାଇଥାଏ Iତେବେ କୌଣସି କାରଣ ବଶତଃ ଜନତା ଦଳ (ଏସ) କର୍ମୀ ଏଚ୍‌ ପ୍ରକାଶ ଙ୍କୁ କିଛି ଦୁର୍ବୁର୍ତ୍ତ ଗୁଳିକରି ହତ୍ୟା କରିବା ପରେ ରାଗିଯାଇଛନ୍ତି ରାଇଜର ମୁଖିଆ I ହତ୍ୟାକାରୀ ଙ୍କୁ ତୁରନ୍ତ ଖୋଜି ଖୋଜି ବାହାର କରିବା ସହିତ ଦରକାର ପଡିଲେ ସିଧା ଗୁଳି ମାରିଦିଅ I କୌଣସି ଦୟାମାୟା ଦେଖାଇବା ଆବଶ୍ୟକ ନାହିଁ I Iକର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶ୍ରୀ କୁମାରସ୍ୱାମୀ ସିଧା ସଳଖ ପୁଲିସ ଅଫିସରଙ୍କୁ ଏନେଇ ଫୋନ୍‌ରେ ନିର୍ଦ୍ଦେଶ ଦେଇଥିଲେ I

ତେବେ ଏହାର ଭିଡିଓ ଭାଇରଲ ହେଇଜିବା ପରେ ଏବେ ଜୋରଦାର ଚର୍ଚ୍ଚା ଚାଲିଛି I ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀ କୁମାରସ୍ୱାମୀ ଏହାକୁ ଖଣ୍ଡନ କରିବା ସହିତ ଅପରାଧୀ ହତ୍ୟାକାରୀ ଙ୍କୁ କୌଣସି ଦୟା ଦେଖାଇବା ଉଚିତ ନୁହେଁ ସେମାନେ ଯେ କୌଣସି ଦଳର ବି ହେଇ ଥାଆନ୍ତୁ ନା କାହିଁକି I

Leave a Reply

Your email address will not be published. Required fields are marked *