10ବର୍ଷ ର ଝିଅକୁ ଗାଁ ବିଲକୁ ଡ଼ାକିନେଇ ୬୫ବର୍ଷର ବୃଦ୍ଧ ର ଦୁଷ୍କର୍ମ ଉଦ୍ୟମ

ଦିନକୁ ଦିନ ଦୁଷ୍କର୍ମ ବଢ଼ିବାରେ ଲାଗିଥିବା ବେଳେ ଏହାକୁ ରୋକିବାକୁ ଅନେକ ଆଇନ ଲାଗୁ ହେଇଥିଲେ ମଧ୍ୟ ଏହା ସମ୍ଭବ ହେଇପାରୁନାହିଁ I ମାନସିକତାରେ ଲୋକଙ୍କ ପରିବର୍ତନ ଆସୁନି ଯେଉଁଥିପାଇଁ ବାରମ୍ବାର ଦୁଷ୍କର୍ମ ବଢ଼ିବାରେ ଲାଗୁଚି I ବିଶେଷକରି ନାବାଳିକା ମାନେ ଏହାର ଅଧିକ ଶିକାର ହେଉଛନ୍ତି I ଏମିତି ଏକ ଘଟଣା ପୁଣି ଘଟିଛି କବିସୂର୍ଯ୍ୟନଗର ଥାନା ଏମ. ଚମ୍ପଇତପୁର ଗ୍ରାମରେ I ମିଳିଥିବା ଖବର ଅନୁଯାଇ ଏହିଗ୍ରାମର ଜଣେ ଛୋଟ ନାବାଳିକା ଝିଅକୁ ଚକଲେଟ ଦେବାକୁ କହି ଗାଁ ଶେଷମୁଣ୍ଡକୁ ନେଇଯାଇଥିଲେ ବୟସ୍କ ବିପ୍ର ଗୌଡ଼(୬୫) I

କେହି କୁଆଡେ ନଥିବାର ସୁଯୋଗ ନେଇ ନାବାଳିକା କୁ ବିପ୍ର ସେଠାରେ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ବେଳେ ସେହି ସମୟରେ ଝିଅର ମା ସୌଭାଗ୍ୟବଶତ ପହଁଚିଯାଇଥିଲେ I ବୃଦ୍ଧ ଜଣଙ୍କ ଭୟରେ ଦୌଡ଼ି ପଳାଇଥିଲେ ଏନେଇ ନାବାଳିକା ର ମା ଥାନାରେ ଏତଲା ଦେବା ପରେ ବୃଦ୍ଧଙ୍କୁ ଗିରଫ କରାଯାଇଛି I

Leave a Reply

Your email address will not be published. Required fields are marked *