ଭାରତ ରେ ପଵ୍ ଜି ବନ୍ଦ। କେତେ ସତ? କେବେଠୁ ବନ୍ଦ ହେଉଛି ପଵ ଜି

PUBG,

ଏପରି ଏକ ଅନଲାଇନ ଗେମ୍ ଯାହା କବଳ ରେ ଆଜି ପ୍ରାୟ ୮୦% ଯୁବ ପୀଢ଼ି। ଏହି ଗେମ୍ ରେ ଆଜି କାଳୀ ର ଯୁବ ଓ ଛୋଟ ପିଲା ମାନେ ଏତେ ମଜ୍ଜି ଯାଉଛନ୍ତି ଯେ ଭୁଲି ଯାଉଛନ୍ତି ସବୁକିଛି। ନିଜର ପାଠ,କ୍ୟାରିଅର ଏ ସବୁ କୁ ପଛରେ ପକାଇ ବସିଯାଉଛନ୍ତି ଖେଳିବାକୁ ପବ ଜି।

ଏପରି କି ସନ୍ଦୀପ ମାହେଶ୍ୱରୀ ଙ୍କ ପରି ସୋସିଆଲ ଏନ୍ ଫ୍ଲିଏଂସର୍ ମାନେ ମଧ୍ୟ କିପରି ପବ ଜି କୁ ଛାଡିବ ସେ ଉପରେ ବନାଇଛନ୍ତି ଭିଡ଼ିଓ।

ଅନେକ ବୁଦ୍ଧିଜୀବି ମାନଙ୍କ ମତ ରେ ଏହା ବ୍ୟନ୍ ହୋଇଯିବ ଦରକାର ନହେଲେ ଯୁବ ପୀଢ଼ି ମାନେ ଭୁଲ୍ ବାଟ ଆଡ଼କୁ ଚାଲିଯିବେ। ତେବେ ଏହି ଚର୍ଚ୍ଚା ସହ କିଛି ଦିନ ହେବ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି ଏକ ନୋଟିସ। ଯାହା ଲୋକ ମାନଙ୍କୁ ଭ୍ରମିତ କରୁଚି କି ପବ ଜି ଭାରତ ରେ ଖୁବ୍ ଶୀଘ୍ର ବନ୍ଦ ହେବାକୁ ଯାଉଛି।

ତେବେ ଏହା କେତେ ଦୂର ସତ ଏହାକୁ ଜାଣିବାକୁ ଓଡ଼ିଶା exclusive ତରଫରୁ କରାଯାଇଥିବା ଅନୁସନ୍ଧାନ ରୁ ଆମେ ଜାଣିବାକୁ ପାଇ ଥିଲୁ କି ଏହା ଏକ ସଂପୂଣ୍ଣ ଗୁଜବ ଏବଂ ଏକ ଭୁଲ୍ ନୋଟିସ୍। ଭାରତ ସରକାର ଙ୍କ ପକ୍ଷରୁ ପବ ଜି କୁ ବନ୍ଦ କରିବାକୁ କୌଣସି ବି ପଦକ୍ଷେପ ନିଆ ଯାଇନାହିଁ।

ତେବେ ଆମେ ମଧ୍ୟ ଉପଦେଶ ଦେବୁ କି ନିଜର ପାଠ ପଢା କିମ୍ବା କ୍ୟାରିଅର କୁ କେବେ ବି ପବ ଜି ପାଇଁ ପଛରେ ପକାଇ ଦିଅନ୍ତୁ ନାହି। ଏହା ଏକ ଗେମ୍। ଯାହା ଆଜି ଅଛି କାଲି ହୁଏତ ନଥିବ।

ଆପଣ ଯଦି ନିୟମିତ ଗେମ୍ ଖେଳନ୍ତି ତାହେଲେ ବୋଧେ ଜାଣିଥିବେ ଆଗରୁ ମିନି ମିଲିତା, କ୍ଲାସ୍ ଅଫ୍ କ୍ଲାନ ଇତ୍ୟାଦି କେତେ ଗେମ୍ ଆସି ଚର୍ଚ୍ଚା ରେ ଥିଲା ହେଲେ ଆଜି ପବ୍ ଜି ଚର୍ଚ୍ଚା ରେ ଆଉ କାଲି ହୁଏତ ପବ ଜି ବି ନଥିବା।

କାଲି ଆପଣଙ୍କ ACE ବି କୌଣସି କାର୍ଯ୍ୟ ରେ ଲାଗିବ ନାହି। ତେଣୁ ପଢା ରୁ ପବ ଜି ପାଇଁ ନିବୃତ ହୁଅନ୍ତୁ ନାହି।

Leave a Reply

Your email address will not be published. Required fields are marked *