କିଏ ଏହି ବୃଦ୍ଧ ଯାହାଙ୍କୁ ୨ଥର ନମସ୍କାର କଲେ ମୋଦି ଏବଂ ମୋଦି ଙ୍କ କାନ୍ଧ ରେ ହାତ ରଖି ଦେଲେ ଆଶୀର୍ବାଦ

ଓଡ଼ିଶା ଗସ୍ତ ବେଳେ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଠାରୁ ଆଶୀର୍ବାଦ ମାଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଇଆଇଟି ହେଲିପ୍ୟାଡ ରେ ଓହ୍ଲାଇବା ପରେ ସ୍ୱାଧୀନତା ସଂଗ୍ରାମୀ ହଟନାଥ ମଙ୍ଗରାଜ ଙ୍କ ଭେଟିଥିଲେ ମୋଦି। ୧୯୩୯ ମସିହା ରୁ ସ୍ଵାଧୀନତା ସଂଗ୍ରାମ ରେ ସକ୍ରିୟ ହୋଇଥିଲେ ମଙ୍ଗରାଜ।

ସେ ଗଡ଼ଜାତ ଆନ୍ଦୋଳନ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପୂର୍ବରୁ ରାଜଭବନ ରେ ମଧ୍ୟ ହଟନାଥଙ୍କୁ ସମ୍ବର୍ଦ୍ଧନା କରିଥିଲେ ମୋଦି। ଆଉ ଖୋର୍ଦ୍ଧା ସଭା ପୂର୍ବରୁ ୯୯ ବର୍ଷୀୟ ହଟନାଥ ଙ୍କୁ ପୁଣିଥରେ ଭେଟିଥିଲେ ମୋଦି। କିନ୍ତୁ ଏହି ସଭା ରେ କିଛି ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା। ମୋଦି ହଟନାଥ ଙ୍କୁ ନମସ୍କାର କରିଥିଲେ।

ଆଉ ହଟନାଥ ମଧ୍ୟ ତାଙ୍କୁ ଆଶୀର୍ବାଦ ଦେଇଥିଲେ ଏବଂ ତାଙ୍କ ପିଠି ଥପୁଡ଼େଇ ଦେଇଥିଲେ। ସେତେବେଳକୁ ସେ ବୃଦ୍ଧ ବ୍ୟକ୍ତି ଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ତେବେ ପ୍ରଧାନମନ୍ତ୍ରୀ ଙ୍କ ସାକ୍ଷାତକାର ପରେ ହଟନାଥ କହିଥିଲେ ମୋଦି ଉତ୍ସାହ ର ସହ ତାଙ୍କୁ ଭେଟିଥିଲେ। ଏପରିକି ମୋଦି ତାଙ୍କୁ ନମସ୍କାର କରିଥିଲେ ଏବଂ ଆଶୀର୍ବାଦ ମଧ୍ୟ ଭିକ୍ଷା କରିଥିଲେ। ଆଉ ହଟନାଥ ମଧ୍ୟ ତାଙ୍କ ପିଠି ଥପୁଡାଇଦେଇଥିଲେ। ଏହି ଭେଟା ଭେଟି କୁ ନେଇ ବେଶ୍ ଖୁସି ଥିବା କହିଛନ୍ତି ହଟନାଥ।

Leave a Reply

Your email address will not be published. Required fields are marked *