୫୩ ବର୍ଷ ରେ ବଲିଉଡ୍ ର ସୁଲତାନ

54 ଚାଲିଲା ଭାଇଜାନଙ୍କୁ
ଆଜି ହେଉଛି ବଲିଉଡ ଭାଇଜାନ ସଲମାନ ଖାଁନ ଙ୍କ ଜନ୍ମଦିନ ।53 ବର୍ଷ ରେ ପାଦ ଥାପିଥିବା ଭାଇଜାନଙ୍କ ନିକଟକୁ ଛୁଟୁଛି ସୁବେଛାର ସୁଅ।ବଲିଉଡରେ ପ୍ରେମ ନା ରେ ପରିଚିତ ସଲମାନ 1965 ଡିସେମ୍ବର 27 ରେ ଜନ୍ମ ସଲମାନଙ୍କ ପୁରା ନାଁ ଅବଦୁଲ ରସିଦ ସଲିମ ସଲମାନ ଖାଁନ। “ବିବି ହୋ ତୋ ଏସି” ଫିଲ୍ମ ଜରିଆରେ ବଲିଉଡରେ ପାଦ ଥାପିଥିବା ସଲମାନ ସୁପରହିଟ ଫିଲ୍ମ ଦେଇ ଦଶର୍କଙ୍କ ହୃଦୟରେ ରାଜ କରୁଛନ୍ତି। ପ୍ରଥମ ସୁପର ହିଟ ଫିଲ୍ମ “ମେନେ ପ୍ୟାର କିୟା” ପରେ ଇଣ୍ଡଷ୍ଟ୍ରିକୁ ହମ୍ ଆପକେ ହେ କନ୍, ହମ୍ ସାଥ୍ ସାଥ୍ ହେଁ,ପ୍ୟାର କିୟା ତୋ ଡରନା କ୍ୟା,ହମ୍ ଦିଲ୍ ଦେ ଛୁକେ ସଲମ୍, ଦବଙ୍ଗ, ୱାଣ୍ଟେଡ୍,ବଜରଙ୍ଗୀ ଭାଇଜାନ୍, ଭଳି ଅନେକ ସୁପର ହିଟ ଫିଲ୍ମ ଦେଇ ନିଜର ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ନିଜର ଚର୍ଚ୍ଚିତ ଲାଇଫ ଷ୍ଟାଇଲରେ କୃଷ୍ଣସାର ମୃଗ ଶିକାର କେସ୍ ରେ ଫସି କିଛି ଦିନ ପାଇଁ ଜେଲ୍ ଯାଇଥିବା ସଲମାନଙ୍କ କାହାଣୀ ବେଶ୍ ରୋମାଞ୍ଚକର ।

ବଲିଉଡର ମୋସ୍ଟ elligible bachelor ସଲମାନଙ୍କ ନାଁ ଐଶ୍ୱର୍ଯ୍ୟା ରାୟଙ୍କ ଠାରୁ ନେଇ କ୍ୟାଟ୍ରିନା କ୍ୟାଫ୍ ଙ୍କ ଭଳି ଅଭିନେତ୍ରୀଙ୍କ ସହ ଯୋଡାଯାଇଥିଲା ମାତ୍ର କୌଣସିଟି ବିବାହରେ ପରିଣତ ହେଇନଥିଲା।ଆଜି ପର୍ୟ୍ଯନ୍ତ ନିଜର ସମସ୍ତ ସଫଳତା ଶ୍ରେୟ ନିଜର ପିତା ଓ ଫ୍ୟାନମାନଙ୍କୁଦିଅନ୍ତି ବଲିଉଡର ସୁଲତାନ ।

ଆଜି ତାଙ୍କ ଜନ୍ମ ଦିନରେ ଓଡିଶା Exclusive ପରିବାର ତରଫରୁ ଅନେକ ଅନେକ ସୁବେଚ୍ଛା ଓ ଶୁଭକାମନା

Leave a Reply

Your email address will not be published. Required fields are marked *