ପ୍ରତିଦିନ ଚିକେନ ମଟନ୍ ଖାଉଛନ୍ତି କି?ହୋଇପାରେ ଏହି ରୋଗ ଜାଣି ରଖନ୍ତୁ

ଆଜିକାଲିର ଲୋକମାନେ ଅଧିକ ଚିକେନ, ମଟନ୍ ଖାଇବାକୁ ପସନ୍ଦ କରୁଛନ୍ତି।ଆଉ ଅଧିକାଂଶ ଲୋକ ଅଛନ୍ତି ଯେଉଁମାନେ ପ୍ରତିଦିନ ଏହାର ସେବନ କରୁଛନ୍ତି।କାରଣ ଏହା ପାଟି କୁ ବଡ଼ ସୁଆଦିଆ ଲାଗୁଛି।କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ପାଟିକୁ ସୁଆଦିଆ ଲାଗୁଥିବା ଜିନିଷ ଆମ ଶରୀର ପାଇଁ କେତେ କ୍ଷତିକାରକ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ
ଚିକେନ, ମଟନ୍ ଶରୀର ପାଇଁ କ୍ଷତିକାରକ ଏହାର କାରଣ ହେଉଛି ରୋଗ ଦାଉରୁ ଛେଳି ଓ କୁକୁଡ଼ା ମାନଙ୍କୁ ଦିଆଯାଉଥିବା ଆଣ୍ଟିବାଇଓଟିକ।

ଯେତେବେଳେ ଛେଳି ବା କୁକୁଡ଼ାକୁ ରୋଗ ହୁଏ ତାଙ୍କ ଦେହରେ ବ୍ୟାକ୍ଟେରିଆ ଘର କରିଥାନ୍ତି।ଏଥିରୁ ବଞ୍ଚେଇବା ପାଇଁ ତାଙ୍କୁ ଆଣ୍ଟିବାଇଓଟିକ ଦିଆଯାଏ।କିନ୍ତୁ ଏହି ଆଣ୍ଟିବାଇଓଟିକ ର ବ୍ୟାକ୍ଟେରିଆ ଉପରେ କୌଣସି ପ୍ରଭାବ ପଡି ନ ଥାଏ।

ଯେତେବେଳେ ଆମେ ଏହି ମାଂସ ଖାଇଥାଉ ଆମ ଶରୀରରେ ଏହି ବ୍ୟାକ୍ଟେରିଆ ପ୍ରବେଶ କରିଥାଏ।ଯାହାକି ଆମ ଶରୀର ପାଇଁ ବହୁତ୍ କ୍ଷତିକାରକ।ବଜାରରେ ମିଳୁଥିବା ବ୍ରୟେଲାର କୁକୁଡ଼ରେ ଏହି ରୋଗ ଅଧିକ ମାତ୍ରାରେ ଥାଏ ତେଣୁ ଆମକୁ ବ୍ରୟାଲେର କୁକୁଡ଼ା କମ୍ ଖାଇବା ଆବଶ୍ୟକ ନଚେତ୍ ଦେଶୀ କୁକୁଡ଼ା ର ମାଂସ ଖାଆନ୍ତୁ।କାରଣ ଏହି କୁକୁଡାରେ କମ୍ ପରିମାଣରେ ଆଣ୍ଟିବାଇଓଟିକ ବ୍ୟବହାର କରାଯାଏ।

Leave a Reply

Your email address will not be published. Required fields are marked *