ରାମ ସେତୁ ଯାଏ ରେଳ ଲାଇନ ନିର୍ମାଣ ପାଇଁ ମଞ୍ଜୁରୀ ଦେଲେ ସରକାର।

ତାମିଲନାଡୁର ରାମେଶ୍ୱରମରୁ ନେଇ ଧନୁଷକୋଡି ପର୍ଯ୍ୟନ୍ତ ୧୮ କିଲୋମିଟର୍ ର ରେଳ ଲାଇନକୁ ରମସେତୁ ପର୍ଯ୍ୟନ୍ତ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଞ୍ଜୁରୀ ପ୍ରଦାନ କରିଛନ୍ତି।ଏହି ରାମସେତୁ କୁ ଆଦମସ୍ ବ୍ରିଜ୍ ନାମରେ ବି ଲୋକେ ଜାଣିଛନ୍ତି।
୨୦୮ କୋଟି ଟଙ୍କା ବ୍ୟୟ ରେ ନିର୍ମିତ ହେବାକୁ ଥିବା ଏହି ନୂଆ ରେଳ ଧାରଣା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲ୍ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ଖୁବ୍ ଶୀଘ୍ର ଭାରତୀୟ ରେଳବାଇ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି।ଏହି ପ୍ରକଳ୍ପ କାମ ଆସନ୍ତା ମାସ ରୁ ଆରମ୍ଭ ହେବାକୁ ଯାଉଛି।ସରକାର ରେଳ ଲାଇନ ସହିତ ପୋଲ ନିର୍ମାଣ କାର୍ଯ୍ୟକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି।ଏହି ପୋଲରେ ୨୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବ୍ୟୟ ଅଟକଳ କରାଯାଇଛି।ଏହି ପୋଲର ଉଚ୍ଚତା ରହିବ ପ୍ରାୟ ୩ ମିଟର।

Leave a Reply

Your email address will not be published. Required fields are marked *