୨୯ ଡିସେମ୍ବର ରେ ବନ୍ଦ ହେବନି ଟିଭି ଚ୍ୟାନେଲ:ଟ୍ରାଇ ଦେଲା ଭରସା,ଆଗ ଭଳି ଦେଖି ପାରିବେ ସବୁ ଚ୍ୟାନେଲ

କେବୁଲ୍ ଏବଂ ଡିଟିଏଚ୍ ବ୍ୟବହାର କାରୀ ମାନେ ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣରେ ବିଲ୍ ଦେଉଥିଲେ।କିନ୍ତୁ ବର୍ତ୍ତମାନ ହେଉଥିବା ନୂଆ ନିୟମ ଅନୁସାରେ ଆପଣ ଯେତିକି ବି ଚ୍ୟାନେଲ ଦେଖିବେ ସେହି ଅନୁସାରେ ଆପଣଙ୍କୁ ପଇସା ଦେବାକୁ ପଡ଼ିବ।
କିଛି ଦିନ ହେଲା ଟେଲିଭିଜନରେ ଦେଶର ପ୍ରମୁଖ ପ୍ରସାରଣକରୀ ସଂସ୍ଥା ଗୁଡ଼ିକ ନିଜର ସବୁ ଚ୍ୟାନେଲ ର ଅଲଗା ଅଲଗା ଦର ନିର୍ଧାରଣ କରିଛନ୍ତି।

ଏହି ସମ୍ପର୍କରେ ଟିଭି ସ୍କ୍ରୀନରେ ମଧ୍ୟ ସୂଚନା ଦିଆଯାଇଛି।ଫଳରେ କେଉଁ ଚ୍ୟାନେଲ ର ଦାମ୍ କେତେ ତାହା ସହଜରେ ଜଣା ପଡ଼ିବ।ଏଥିପାଇଁ ଏହି ସବୁ ଚ୍ୟାନେଲ ବାଛିବା ପାଇଁ ୨୯ ଡିସେମ୍ବର ମଧ୍ୟରେ ନିଜ ନିଜ ଅପରେଟର୍ ଙ୍କ ସହ ଯୋଗା ଯୋଗ କରିବା ପାଇଁ କୁହାଯାଉଛି।ନଚେତ୍ ଆପଣ ଏହି ସବୁ ଚ୍ୟାନେଲ ଦେଖିପାରିବେ ନାହିଁ ବୋଲି ଲୋକଙ୍କୁ ଭୟଭୀତ କରାଯାଉଛି।ଯାହା ଦ୍ବାରା ଲୋକଙ୍କୁ ଲାଗୁଛି କି ଯଦି ସେମାନେ ଯଦି ସେମାନେ ନିଜ କେବୁଲ ଅପରେଟରଙ୍କ ସହ ଯୋଗାଯୋଗ ନ କରିବେ ତେବେ ସେମାନେ ଆଉ ଟିଭି ଦେଖିପାରିବେ ନାହିଁ।

ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ ତଥା ଟ୍ରାଇ ପକ୍ଷରୁ ଦେଶର ସମସ୍ତ ଗ୍ରାହକ ମାନଙ୍କୁ ଭରସା ଦେଇଛି କି ନିଜ ଚ୍ୟାନେଲ ଚୟନ କରିବା ପାଇଁ ଉପଭୋକ୍ତା ମାନଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯିବ।ଏବଂ ଟ୍ରାଇ ଏହି କାମ ପାଇଁ ପୃଥକ ଭାବେ ସମୟ ସୀମା ନିର୍ଦ୍ଧାରଣ କରାଯିବ ବୋଲି ଏଥିରେ ସ୍ପଷ୍ଟ କରି କହିଛନ୍ତି।

Leave a Reply

Your email address will not be published. Required fields are marked *