ଗାଡ଼ିରେ ଉଞ୍ଚ କାନଫଟା ହର୍ଣ୍ଣ ଲଗାଇଲେ ଜେଲ୍ ଯିବାକୁ ପଡିବ :ଲାଗୁହେଲା ନୂଆ ନିୟମ

ରାସ୍ତାରେ ଗଡୁଥିବା ଅଧିକାଂଶ ଗାଡି ମୋଟର ରେ ଊଂଚ୍ଚ କର୍କଶ କାନଫଟା ହର୍ନ ଲାଗିଥାଏ ଯାହାଦ୍ୱାରା ସାଧାରଣ ଲୋକଙ୍କୁ ଏହା ଅତି ବିରକ୍ତିକର ହେଇଥାଏ ଏହା ସହିତ ଶବ୍ଧ ପ୍ରଦୂଷଣ ମଧ୍ୟ ହେଇଥାଏ I ଏମିତିରେ ବି ନିର୍ଦେଶ ଅଛି କି ଉଞ୍ଚ ଶବ୍ଧ ବ୍ୟବହାର ନିଷେଧ ତେବେ ବାଇକ ବା କାର ରେ ବ୍ୟବହାରକାରୀ କମ୍ପାନୀ ଦ୍ୱାରା ଦିଆଯାଇଥିବା ହର୍ନ କୁ ବଦଳାଇ ନୂଆ ଊଚ୍ଚ ଶବ୍ଧ ଲଗାଇଥାନ୍ତି I

ଯାହାକି ଅନ୍ୟମାନଙ୍କୁ ଅତି ବିରକ୍ତି ଲାଗିଥାଏ ଅନେକ ସ୍ଥଳରେ ହଠାତ ଏପରି ଶବ୍ଧ ଯୋଗୁଁ ଦୁର୍ଘଟଣା ମଧ୍ୟ ଘଟିବାର ନଜିର ରହିଛି I ତେବେ ଏନେଇ ନୂଆ ନିୟମ ଲାଗୁହେଇଛି Iସଡ଼କ ପରିବହନ ଏବଂ ଜାତୀୟ ରାଜପଥ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏନେଇ ଜଣାଇଛନ୍ତି ଯେ ଯଦି କୌଣସି ବ୍ୟକ୍ତି କମ୍ପାନୀ ଦ୍ୱାରା ଦିଆଯାଇଥିବା ହର୍ନ କୁ ବଦଳାଇ ନୂଆ ବିରକ୍ତିକର ହର୍ନ ଲଗାଏ ତେବେ ତା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I

ଏପରିକି ଦରକାର ପଡ଼ିଲେ ଜୋରିମାନା ସହିତ ଜେଲ୍ ଦଣ୍ଡ ମଧ୍ୟ ମିଳିପାରେ I

Leave a Reply

Your email address will not be published. Required fields are marked *