12ଘଣ୍ଟା କାଳିଆ ଉପାସରେ ରହିବାପରେ ଭୋ ଭୋ ହେଇ କାନ୍ଦିଲେ ଭକ୍ତ ,ବ୍ୟାରିକେଡ଼ ଭାଙ୍ଗି ମନ୍ଦିର ଭିତରକୁ ଧଶେଇପସିଲେ

ବାରମ୍ବାର କୌଣସି ସାଧାରଣ ଘଟଣା କୁ ନେଇ ମନ୍ଦିର ରେ ପହଡ଼ ପଡିବା ,ଠାକୁର ଙ୍କୁ ଉପାସ ରେ ରଖାଇବା ଏକ ପୁରୁଣା କଥାହେଇଗଲାଣି I ସେହିପରି 27ତାରିଖ ରେ ଜଣେ ଭକ୍ତ ଙ୍କ ପ୍ରବେଶ ନେଇ ପୋଲିସ ଏବଂ ସେବାୟତ ମଧ୍ୟରେ ତୁ ତୁ ମେ ମେ ହେବାପରେ ସେବାୟତ ମାନେ ମନ୍ଦିର ରେ ଠାକୁର ଙ୍କ ନୀତି କରିନଥିଲେ ସକାଳ ସାଢ଼େ ୪ଟାରୁ କାଳିଆ କୁ ଉପବାସ ରଖିଦେଇଥିଲେ I ଏପଟେ ହଜାର ହଜାର ଭକ୍ତ ବାହାରେ ଧାଡି ବାନ୍ଧି ଠିଆ ହେଇଥିଲେ କାଳିଆକୁ ଦର୍ଶନ କରିବାକୁ I

ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦୀର୍ଘ 12ଘଣ୍ଟା ପର୍ଯ୍ୟନ୍ତ କାଳିଆକୁ ଉପବାସ ରଖିଥିଲେ ଶେଷରେ ଧାଡି ରେ ଥିବା ଭକ୍ତ କାଳିଆ ପାଇଁ କାନ୍ଦିପକେଇଥିଲେ I ସେବାୟତ ଙ୍କ ମନମାନୀ କୁ ବିରୋଧ କରି ଧସେଇ ପଶିବାକୁ ଚେଷ୍ଟା କରିଥିଲେ ସେପଟେ ପ୍ରସାଶନ ସହିତ ସେବାୟତ ଙ୍କର ବୈଠକ ସମ୍ପୂର୍ଣ୍ଣ ସରି ଶେଷରେ ସନ୍ଧ୍ୟା 5ଟାରେ କାଳିଆ ର ପହଡ଼ ଖୋଲିଥିଲା I

ତେବେ ପ୍ରଥମ ଥର ପାଇଁ ଭକ୍ତ କାଳିଆ ପାଇଁ ବ୍ୟାରିକେଡ଼ ଧସେଇ ପଶିଥିଲେ I ଚାରିକୋଟି ଓଡ଼ିଆଙ୍କର ଆରାଧ୍ୟ ଦେବତା ଜଗା ସହିତ ଖେଳ ଖେଳି ଉପବାସ ରଖିବା ଯେ ଆଗକୁ ପରିସ୍ଥିତି ଭୟଙ୍କର ହେବ ଏକଥା ଭକ୍ତ ଚେତେଇ ଦେଇଛନ୍ତି I

ବୋଧହୁଏ ଶ୍ରୀମନ୍ଦିର ରେ ସେବାୟତ ଏବଂ ପ୍ରସାଶନ ଙ୍କ ମନମାନୀ ଆଉ ଚଳିବ ନାହିଁ ବୋଲି ଭକ୍ତ ସୂଚେଇ ଦେଇଛନ୍ତି I

Leave a Reply

Your email address will not be published. Required fields are marked *