ନାବାଳିକା ଦୁଷ୍କର୍ମକାରୀ ଙ୍କୁ ଏବେ ଫାଶୀରେ ଝୁଲାଇଦିଆଯିବ :ମୃତ୍ୟୁ ହିଁ ହେବ ଉପଯୁକ୍ତ ଦଣ୍ଡବିଧାନ

ଦିନକୁ ଦିନ ଦୁଷ୍କର୍ମ ବଢିଚାଲିଥିବା ବେଳେ ଏହାର ଶିକାର ହେଉଛନ୍ତି କମ ବୟସ୍କ ଶିଶୁ ମାନେ I ନାବାଳିକା ଦୁଷ୍କର୍ମ ର ସଂଖ୍ୟା ବଢ଼ିବାରେ ଲାଗିଛି I ଯେତେ ଆଇନ କାନୁନ ହେଲେ ମଧ୍ୟ ଏହାର କୌଣସି ସ୍ଥାୟୀ ପ୍ରତିକାର ମିଳୁନି I ବରଂ ଅପରାଧୀ ମାନଙ୍କ ମାନସିକ ରେ ସଚେତନତା ଆସୁନି I ନାବାଳିକା ଦୁଷ୍କର୍ମକାରୀ କୁ କଠୋର ଦଣ୍ଡ ଦେବା ପାଇଁ ତୁରନ୍ତ ଘଟଣାର ଶୁଣାଣି କରିବା ସହିତ ତଦନ୍ତ କୁ ତ୍ୱରାନ୍ୱିତ କରି ଦୋଷୀକୁ ଦଣ୍ଡ ଦେବାକୁ ପୋକ୍ସୋ ଆଇନ ଲାଗୁହେଇଥିଲା

ତେବେ ଏହାକୁ ମଧ୍ୟ ଅପରାଧିଙ୍କର ଟିକେବି ଖାତିର ନଥିଲା I ଯୌନ ହିଂସା ବଢ଼ିବାରେ ଲାଗିଥିଲା I ଏହାକୁ ଦୃଷ୍ଟିରେ ରଖି ଅପରାଧୀଙ୍କୁ କଠୋର ଦଣ୍ଡ ଦେବାକୁ ନିଷ୍ପତି ନେଇ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଏକ ନୂଆ ଆଇନ ପାଇଁ ପ୍ରସ୍ତାବ ଦେଇଥିଲେ I

ଯଦି କୌଣସି ବି ବ୍ୟକ୍ତି ନାବାଳିକା କୁ ଦୁଷ୍କର୍ମ କରେ ତେବେ ତାକୁ ଫାଶୀ ଦଣ୍ଡାଦେଶ ଦିଆଯିବ ଏନେଇ ପୋସ୍କୋ ଆଇନ ମଧ୍ୟ ସଂଶୋଧିତ କରାଯିବ I

Leave a Reply

Your email address will not be published. Required fields are marked *