ଦାମ ଙ୍କ କଥା ଶୁଣୁନାହାନ୍ତି ପୁଅ ସମ୍ବିତ :ବାପା ଗଢିଲେ ନୂଆ ଦଳ ,ପୁଅ ନବୀନ ଙ୍କ ପଛରେ

ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସିଧା ସଳଖ ତୃତୀୟ ମହଲା ର ଦ୍ୱିତୀୟ କ୍ଷମତା କେନ୍ଦ୍ର କୁ ଟାର୍ଗେଟ କରି ଦଳରୁ ବହିଷ୍କାର ହେବା ପରେ ବିଜେଡି କୁ କଡା ସମାଲୋଚନା କରିଥିଲେ ବରିଷ୍ଠ ନେତା ଦାମୋଦର ରାଉତ I ଏପରିକି ବିଜେଡି ବିରୁଧରେ ବୁଲି ବୁଲି ମଧ୍ୟ ପ୍ରଚାର କରିଥିଲେ I ନିକଟ ଅତୀତ ରେ ବ୍ରଜ ତ୍ରିପାଠୀ ଙ୍କ ସହିତ ମିଳିତ ଭାବରେ ବିଜୁ ସମତା କ୍ରାନ୍ତି ଦଳ ମଧ୍ୟ ଗଢ଼ିଛନ୍ତି I କିନ୍ତୁ ଏବେ ଚର୍ଚା ଚାଲିଛି ଦାମ ଙ୍କ ପୁଅ ସମ୍ବିତ ଙ୍କୁ ନେଇକି I

ତେବେ ବହିଷ୍କାର ହେବା ସମୟରେ ଦାମ କହିଥିଲେ ଯେ ସମ୍ବିତ ହେଉଛି ଦାମ ଙ୍କ ପୁଅ I ସେ ପ୍ରଫୁଲ କି କଳ୍ପତରୁ ଦାସ ଙ୍କ ପୁଅ ପରି ନୁହନ୍ତି ତାଙ୍କ ପୁଅ ତାଙ୍କ କଥାରେ I ତେବେ ଏକଥା କିନ୍ତୁ ଭୁଲ ପ୍ରମାଣିତ ହେବାରେ ଲାଗିଛି I ଦାମ ଙ୍କ କଥାରେ ନାହାନ୍ତି ପୁଅ ସମ୍ବିତ I ଯାହାକି ଗତ ବିଜେଡି ପ୍ରତିଷ୍ଠା ଦିବସ ରେ ଦେଖିବାକୁ ମିଳିଛି I

ବିଜେଡି ପ୍ରତିଷ୍ଠା ଦିବସ ରେ ମୁଖ୍ୟମନ୍ତ୍ରୀ ଭାଷଣ ଦେଉଥିବା ସମୟରେ ତାଙ୍କ ପଛପଟେ ଅତି ନିକଟରେ ଦେଖିବାକୁ ମିଳିଛି ଦାମ ଙ୍କ ପୁଅ ସମ୍ବିତ ଙ୍କୁ I ଯାହାକି ବେଶ ଚର୍ଚା ର ବିଷୟ ପାଲଟିଛି I କୁହାଯାଉଛି କି ଦାମ ଙ୍କ କଥାରେ ନାହାନ୍ତି ପୁଅ ସମ୍ବିତ I

Leave a Reply

Your email address will not be published. Required fields are marked *