ବିଛଣା ଉପରେ ସ୍ମାର୍ଟ୍ ଫୋନ୍ ସହ ଶୋଉଛନ୍ତି କି? ହୋଇପାରେ ଏହି ସବୁ ରୋଗ

ବର୍ତ୍ତମାନର ଯୁଗ ହେଉଛି ମୋବାଇଲ ର ଯୁଗ। ସ୍ମାର୍ଟ୍ ଫୋନ ଆମ ଜୀବନର ଏକ ଅଙ୍ଗ ହୋଇଯାଇଛି।ସକାଳୁ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ସ୍ମାର୍ଟ୍ ଫୋନ ର ବ୍ୟବହାର ଦିନକୁ ଦିନ ବଢି ଚାଲିଛି।ଆଜିକାଲି ଲୋକମାନେ ଗାଧୁଆ ଘରକୁ ମଧ୍ୟ ସ୍ମାର୍ଟ୍ ଫୋନ ନେଇ ଗଲେଣି।

ଅନ୍ୟ ସବୁ ସମୟରେ ଫୋନ୍ ରଖିବା ଭିନ୍ନ କଥା।ମାତ୍ର ଆପଣ ଶୋଇବା ସମୟରେ ପାଖରେ ଫୋନ ରଖୁଛନ୍ତି କି?ତାହା ଗୁରୁତ୍ୱର ରୋଗର କାରଣ ହୋଇପାରେ।

– ସ୍ମାର୍ଟ୍ ଫୋନ ରୁ ଜଳୁଥିବା ନୀଳ ଲାଇଟ୍ ଶରୀର ପାଇଁ ବହୁତ୍ କ୍ଷତିକାରକ।ଏହା ଦୃଷ୍ଟି ଶକ୍ତିକୁ ପ୍ରଭାବିତ କରିଥାଏ।କେବଳ ଫୋନ୍ ଦେଖିଲେ ନୁହେଁ ବରଂ ଫୋନ ପାଖରେ ରଖି ଶୋଇଲେ ଏହାର ପ୍ରଭାବ ଦୃଷ୍ଟି ଶକ୍ତି ଉପରେ ପଡିଥାଏ।
– ସ୍ମାର୍ଟ୍ ଫୋନରେ ହେଉଥିବା ଭାଇବ୍ରେସନ ଅର୍ଥାତ୍ କମ୍ପନ ମସ୍ତିଷ୍କ ପାଇଁ ବହୁତ୍ କ୍ଷତିକାରକ ଅଟେ।ସ୍ମରଣ ଶକ୍ତିକୁ ଏହି ସ୍ମାର୍ଟ୍ ଫୋନ ଖୁବ୍ ଜୋରରେ ପ୍ରଭାବିତ କରିଥାଏ।
– କେବଳ ସ୍ମାର୍ଟ୍ ଫୋନ ନୁହେଁ ପାଖରେ ଲାପଟପ୍, ଟ୍ୟାବ ଆଦି ଜିନିଷ ପାଖରେ ରଖି ଶୋଇଲେ ଏହା ନିଦ୍ରା ହିନତାର କାରଣ ହୋଇଥାଏ।ସେଥିପାଇଁ ଅନେକ ଯୁବପିଢି ଆଜିକାଲି ଏହି ନିଦ୍ରା ହିନତାର ଶିକାର ହେଉଛନ୍ତି।
– ପାଖରେ ଫୋନ ରଖି ଶୋଇବା ଦ୍ବାରା ଏହି ସବୁ ସମସ୍ୟା ଘାରି ରହିଥାଏ।ଚେଷ୍ଟା କରନ୍ତୁ ଶୋଇବା ବେଳେ ନିଜର ସ୍ମାର୍ଟ୍ ଫୋନକୁ ନିଜ ଠାରୁ ଦୂରେଇ ରଖନ୍ତୁ।

Leave a Reply

Your email address will not be published. Required fields are marked *