ବରିଷ୍ଠ ଆଇପିଏସ୍‌ ଅଧିକାରୀ ଙ୍କ ଜୀବନ ନେଇଗଲା ସ୍ବାଇନ୍‌ ଫ୍ଲୁ

ସ୍ବାଇନ୍‌ ଫ୍ଲୁ ରେ କର୍ଣ୍ଣାଟକ ର ଜଣେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଙ୍କର ମୃତ୍ୟୁ ହେଇଛି I ବଡ ବଡ ରହସ୍ୟକୁ ନିମିଷକ ମଧ୍ୟରେ ସମାଧାନ କରିପାରିବାର କ୍ଷମତା ରଖିଥିବା ଏହି ବଳିଷ୍ଠ ଆଇପିଏସ୍‌ ଅଧିକାରୀ ସ୍ବାଇନ୍‌ ଫ୍ଲୁ କବଳରୁ ନିଜକୁ ସୁରକ୍ଷିତ ରଖିପାରିନଥିଲେ Iତାଙ୍କ ନାମ ମଧୁକର ଆର୍‌ ସେଟ୍ଟୀ

I ମଧୁକର ସ୍ବାଇନ୍‌ ଫ୍ଲୁରେ ଆକ୍ରାନ୍ତ ହେଇଥିବା ଜଣାପଡିବା ପରେ ତାଙ୍କୁ ଚିକିତ୍ସା ପାଇଁ ହାଇଦ୍ରାବାଦର କଣ୍ଟିନେଣ୍ଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା କିନ୍ତୁ ପରିସ୍ଥିତି ରେ ସୁଧାର ଆସିବା ପରିବର୍ତେ ତାଙ୍କ ଶରୀର ଦିନକୁ ଦିନ ବିଗିଡ଼ିବାରେ ଲାଗିଥିଲା ଏବଂ ଶେଷରେ ସେ ମୃତ୍ୟୁବରଣ କରିଥିଲେ I ତାଙ୍କ ଅକାଳ ମୃତ୍ୟୁ ରେ ସାରା କର୍ଣ୍ଣାଟକ ରେ ଶୋକର ଛାୟା ଖେଳିଯାଇଛି I

Leave a Reply

Your email address will not be published. Required fields are marked *