ଶିବରାଜ କହିଲେ 2019ରେ ଓଡିଶା ରେ ବିଜେପି ବହୁମତରେ ଜିତିବ,ଆମ ସହିତ ଜଗନ୍ନାଥଙ୍କ ଆଶୀର୍ବାଦ ଅଛି

ଗତକାଲି ଓଡିଶା ଗସ୍ତରେ ଆସିଥିବା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପୁରୀରେ ଶ୍ରୀ ଜଗନ୍ନାଥ ଙ୍କୁ ନିଜ ପତ୍ନୀ ଙ୍କ ସହିତ ଦର୍ଶନ କରି ଆଶୀର୍ବାଦ ମାଗିଥିଲେ I ଶିବରାଜ ଙ୍କ ସହିତ ସେଲ୍ଫି ନେବାକୁ ସାଧାରଣ ଲୋକଙ୍କ ଭିଡ ହେଇଥିଲେ ମଧ୍ୟ ଯଥାସମ୍ଭବ ସମସ୍ତଙ୍କ ସହିତ କରମର୍ଦ୍ଧନ କରି ବେସ ଖୁଶି ଅନୁଭବ କରିଥିଲେ ଶିବରାଜ I 2005ରେ ମଧ୍ୟପ୍ରଦେଶ ରେ ନିଜର ଶକ୍ତି ଦେଖାଇଥିଲେ ଶିବରାଜ I ରାଜ୍ୟ ବିଜେପି ସଭାପତି ଭାବରେ ସେ ମଧ୍ୟପ୍ରଦେଶ ର ମୁଖ୍ୟମନ୍ତ୍ରୀ ପଦରେ ଦାୟିତ୍ୱ ନେଇଥିଲେ I

ତେବେ ତିନିତିନି ଥର ମୁଖ୍ୟମନ୍ତ୍ରୀ ହେଇଥିବା ଶିବରାଜ ସିଂ ଙ୍କୁ ଅତି କମ୍ ସଂଖ୍ୟାରେ ଗତ ନିର୍ବାଚନୀ ସମୟ ଡିସେମ୍ବର 2018 ରେ କଂଗ୍ରେସ ଠାରୁ ପରାଜିତ ହେବାକୁ ପଡିଥିଲା ଏବଂ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ I ତେବେ ଓଡିଶା ଆସିଥିବା ଶିବରାଜ ଗଣମାଧ୍ୟମ କୁ କହିଛନ୍ତି ଯେ ଜଗନ୍ନାଥ ଚାହିଁଲେ ଓଡ଼ିଶାରେ କ୍ଷମତା କୁ ବିଜେପି ନିହାତି ଭାବରେ ଆସିବ Iକାଳିଆ ର କୃପା ରହିଲେ ଓଡ଼ିଶାରେ ବିଜେପି ପୁଣିଥରେ ଜିତିବ I

Leave a Reply

Your email address will not be published. Required fields are marked *