ବିବାହ ବିଚ୍ଛେଦ ର ୭୨ ବର୍ଷ ପରେ ନିଜ ପ୍ରଥମ ସ୍ତ୍ରୀ ପ୍ରତି ଆକର୍ଷିତ ହେଲେ ୯୩ ବର୍ଷିଅ ବୃଦ୍ଧ,କହିଲେ ମୁଁ ତୁମକୁ ବହୁତ ଭଲପାଏ

କୁହାଯାଏ ପ୍ରେମ ଶାଶ୍ୱତ ,ଚିରନ୍ତନ ଏବଂ ଈଶ୍ୱର I ଥରେ ହୃଦୟରୁ ପ୍ରେମ ହେଇଗଲେ ଏତେ ସହଜରେ ଆଉ ଭାଙ୍ଗେନି I ଏମିତି ଏକ ଘଟଣା ଘଟିଛି କେରଳ ରେ Iଘଟଣା ଟି ୧୯୪୬ମସିହାର ପ୍ରଥମ ଦେଖାରୁ ଇକେ ନାରାୟଣନ ସାରଦା ଙ୍କ ପ୍ରେମରେ ପଡିଯାଇଥିଲେ I କିଶୋରାବସ୍ଥାରେ ଦୁହେଁ ଦୁହିଁଙ୍କ ପ୍ରତି ଆକର୍ଷିତ ହେଇ ଭଲ ପାଇବସିଥିଲେ I ସେତେବେଳକୁ ନାରାୟଣନ ଙ୍କ ବୟସ 17କୁ ସାରଦା 13 ହେଇଥାଏ I

ଏହି ପ୍ରେମ ଶେଷରେ
ବିବାହ ସ୍ୱୀକୃତି ମଧ୍ୟ ପାଇଗଲା କିନ୍ତୁ ବିବାହର ମାତ୍ର ଛ ମାସ ପରେ ନାରାୟଣଃନ ଙ୍କୁ କୃଷକ ଆନ୍ଦୋଳନ ରେ ଭାଗ ନେଇଥିବା ହେତୁ ତାଙ୍କ ବାପା ଙ୍କ ସହିତ ବନ୍ଦୀ କରିଦିଆଗଲା I ନାରାୟଣନଙ୍କ ବାପା ଙ୍କୁ ଜେଲ୍ ମଧ୍ୟରେ ହତ୍ୟା କରାଗଲା I ନାରାୟଣନ ଙ୍କୁ ଆଜୀବନ କାରାଦଣ୍ଡ ରେ ଘୋଷିତ କରାଗଲା I

ନାରାୟଣନ ଙ୍କ ମୁକ୍ତି ମିଳିବା ଆଉ ସମ୍ଭବ ନଥିବାରୁ ତାଙ୍କ ମା ବୋହୁ ସାରଦା କୁ ବାପଘର ପଠାଇଦେଇଥିଲେ I ପରିବାର ର ଚାପରେ ମୁଣ୍ଡ ନୁଆଇଁ ସାରଦା ପୁନର୍ବାର ଅନ୍ୟତ୍ର ବିବାହ କରିଥିଲେ I କିନ୍ତୁ ଦଇବ ଯୋଗକୁ 8ବର୍ଷ ପରେ ଜେଲ୍ ରୁ ମୁକୁଳି ଘରକୁ ଫେରି ନିଜର ପ୍ରେମ ସାରଦା କୁ ପାଇନଥିଲେ ନାରାୟଣନ ଏବଂ ସେ ମଧ୍ୟ ବିବାହ କରିଥିଲେ I

ତେବେ ୟା ମଧ୍ୟରେ 17ବର୍ଷର ଥିବା ନାରାୟଣନ 93ବର୍ଷରେ ପଦାର୍ପଣ କରିସାରିଛନ୍ତି ଏବଂ ତାଙ୍କ ପ୍ରେମ କାହାଣୀକୁ ତାଙ୍କ ଝିଆରୀ ଏକ ଉପନ୍ୟାସ ଲେଖିବା ପରେ ସାରଦା ଙ୍କ ପାଖରେ ଏ ଖବର ପହଞ୍ଚିଥିଲା I

ଦୁଇ ପରିବାର ଙ୍କ ନିଷ୍ପତି କ୍ରମେ ଶେଷରେ ଦୀର୍ଘ 72ବର୍ଷ ପରେ ପୁନର୍ବାର ନିଜ ପ୍ରେମ କୁ ଏକାଠି ପାଇବାକୁ ସାରଦା ଏବଂ ନାରାୟଣନ ଭେଟ ହେଇଛନ୍ତି I

Leave a Reply

Your email address will not be published. Required fields are marked *