ମହାରଥୀ ଙ୍କ ମନ୍ତ୍ରୀ ପଦ ଛଡେଇ ନେବ କି ନ୍ୟାୟ ପାଇନଥିବା ବେବିନା ??

ପିପିଲି ଝିଅ ବେବିନା ଧର୍ଷିତା ହେଇ ଶେଷରେ ନ୍ୟାୟ ନପାଇ ଆରପାରିକି ଚାଲିଗଲା ,ମୃତ୍ୟୁପରେ ମଧ୍ୟ ସାତବର୍ଷ ପରେ ଅଭିଯୁକ୍ତ ପ୍ରମାଣ ଅଭାବରୁ ନିର୍ଦୋଷ ରେ ଖଲାସ ହେଇଥିଲେ ଯାହାକୁ ନେଇ ପିପିଲି ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ଗଣମାଧ୍ୟମ ରେ ନିଜର ପ୍ରତିକ୍ରିୟା ରଖିଥିଲେ ଯେ ଧର୍ମର ଜୟ ହେଇଛି ବେବିନା ନ୍ୟାୟ ପାଇଛି ,ଏପରି ଏକ ସମ୍ବେଦନଶୀଳ ଘଟଣାରେ ମନ୍ତ୍ରୀ ଙ୍କ ଏପରି ପ୍ରତିକ୍ରିୟା ସମସ୍ତଙ୍କୁ ବିଚଳିତ କରିବା ସହିତ ଗଭୀର ଆଘାତ ଦେଇଥିଲା ଯାହାକୁ ନେଇ ଉଭୟ ବିଜେପି ଏବଂ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ କରାଯାଇଥିଲା I

କଂଗ୍ରେସ ପକ୍ଷରୁ ମହାରଥୀ ଙ୍କ ଘରକୁ ଅଣ୍ଡାମାଡ ସହିତ ଝାଡୁ ,ଟମାଟୋ ଫୋପଡ଼ାଯାଇଥିଲା I I ମହାରଥୀ ମଧ୍ୟ ଏଥିପାଇଁ କ୍ଷମା ମାଗିଥିଲେ I

ତେବେ ମହାରଥୀ ଙ୍କୁ ତୁରନ୍ତ ମନ୍ତ୍ରୀ ପଦରୁ ହଟାଇବା ସହିତ ପୀଡିତା ଙ୍କୁ ନ୍ୟାୟ ଦେବା ପାଇଁ ବିଜେପି ଦାବି କରିବା ସହିତ ଆସନ୍ତା କାଲି ଅର୍ଥାତ ୩୧ତାରିଖରେ କ୍ରାଇମ ବ୍ରାଞ୍ଚ ଅଫିସ ଘେରାଓ କରିବ I ଆଗକୁ ନିର୍ବାଚନ ଆସୁଥିବାରୁ ଏହା ଦଳ ଉପରେ ଖରାପ ପ୍ରଭାବ ପକାଉଥିବା ହୃଦବୋଧ କରି ମହାରଥୀ ଙ୍କ ଘଟଣାକୁ ତର୍ଜମା କରାଯାଉଛି ଖୁବଶୀଘ୍ର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ସୂତ୍ରରୁ ଖବର ମିଳିଛି I

Leave a Reply

Your email address will not be published. Required fields are marked *