୯୦ ବର୍ଷୀୟା ବୃଦ୍ଧା ମା’କୁ ଶୀତ କାକରରେ ବାନ୍ଧି ବାଡେ଼ଇଲେ ଦୁଇ ପୁଅ I ମା ଋଣ ଶୁଝିଦେଲେ ଦୁଇ ପୁଅ

ନିକଟରେ ଜଣେ ବୃଦ୍ଧା ମା କୁ ସୀତ କାକରରେ ଘରୁ ତଡ଼ିଦେବାର ଭିଡିଓ ଭାଇରଲ ହେଇଥିଲା ଯାହାକି ବ୍ରହ୍ମପୁର ଅଂଚଳ ର ଥିଲା I ଜଣେ ପଡୋଶୀ ସେହି ପୁଅକୁ ଭଲକି ଦି ପଦ ଶୁଣାଇ ମା କୁ ପୁଣି ଘରେ ରଖାଇବାକୁ ବାଧ୍ୟ କରିଥିଲେ I ଏବେ ପୁଣି ଆଉ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି I ଘଟଣାଟି ଉତ୍ତରପ୍ରଦେଶର ଉନ୍ନାଓ ଅଞ୍ଚଳର I ଚାରିଆଡେ ହାଡଭଙ୍ଗା ଶୀତ ରେ ସାରା ଭାରତ ଥରୁଥିବା ବେଳେ ଘର ଭିତରେ ପ୍ରବଳ ଥଣ୍ଡା ବାହାର କଥା ଦୂରେ ଥାଉ I ସନ୍ଧ୍ୟା ହେଲେ ବାହାରକୁ ବାହାରିବା ସମ୍ଭବ ହେଉନି I କିନ୍ତୁ ଏହି ହାଡଭଙ୍ଗା ଶୀତ ରେ ଜଣେ ବୃଦ୍ଧା ମା କୁ ତାର ଦୁଇଜଣ ଜନ୍ମିତ ପୁଅ ରାତିରେ ଶୀତ ରେ ବାହାରେ ବାନ୍ଧି ଦେଇଥିଲେ I

ବୃଦ୍ଧା ଙ୍କ ନାମ କଳାବତୀ ,ତାଙ୍କର ଟିକେ ମୁଣ୍ଡ ଦୋଷ ଅଛି I ଘଟଣା ସମ୍ପର୍କ ରେ ସ୍ଥାନୀୟ ଏସଡିଏମ୍ ପୂଜା ଅଗ୍ନିହୋତ୍ରୀ ପହଁଚି ସଂଗେ ସଂଗେ ମା ର ଦୁଇ ପୁଅକୁ ଡ଼କାଇଥିଲେ I କାହିଁକି ବୃଦ୍ଧା ମା କୁ ବାନ୍ଧିଛ କହି ,ଯଦି ମା ର ମୁଣ୍ଡ ଦୋଷ ଅଛି ତେବେ ଏତେ ଥଣ୍ଡାରେ ଘରେ ବାନ୍ଧି କି ରଖିଲନି

କାହିଁକି କହିବା ସହିତ ଗାଳି ଗୁଲଜ କରି ଦୁଇ ପୁଅକୁ ଥାନାକୁ ବାନ୍ଧି ନେଇଥିଲେ ପୋଲିସ ସହାୟତାରେ I

Leave a Reply

Your email address will not be published. Required fields are marked *