ଯାଜପୁର ମା ବିରଜା ଙ୍କ କିଛି ରହସ୍ୟ ଯାହା ଆପଣ କେବେ ବି ଜାଣି ନଥିବେ

ଭାରତ ମାନଚିତ୍ର ର ତୀର୍ଥ କ୍ଷେତ୍ର ରେ ଯାଜପୁର ର ବିରଜା ମନ୍ଦିର ର ସ୍ଵତନ୍ତ୍ର ସ୍ଥାନ ରହିଛି। ଶକ୍ତି ପୀଠ ଓ ତନ୍ତ୍ର ପୀଠ ଭାବେ ଏହି ସ୍ଥାନ ସୁବିଦିତ। ଏଠାରେ ବିରଜା ମା ମହା ଶକ୍ତ ଭାବେ ପୂଜିତ। ମା ବିରଜା ଦେବୀ ଦୁଇ ଭୁଜା ଭାବେ ପ୍ରକଟିତ।
ପୂର୍ଣ୍ଣତାୟା ବୈତରଣୀ ନଦୀ କୂଳ ଯାଜପୁର ଟାଉନ୍ ଠାରେ ମା ବିରଜା ଙ୍କ ବିଜୟସ୍ଥଳି। ପୁରାଣ ମାତା ଅନୁସାରେ ସତୀ ଙ୍କ ବିଖଣ୍ଡିତ ଶରୀର ର ନାହିଁ ଅଂଶ ଏଠାରେ ପଡ଼ିଥିଲା। ତେଣୁ ବିରଜା କ୍ଷେତ୍ର କୁ ନାହିଁ କ୍ଷେତ୍ର ଭାବେ କୁହାଯାଏ।

ସୃଷ୍ଠି ସର୍ଜନା ବେଳେ ବ୍ରାହ୍ମା ଯଜ୍ଞପୁର ଯାଜପୁର ରେ ଏକ ବିରାଟ ଯଜ୍ଞ ର ଆୟୋଜନ କରିଥିଲେ। ଯଜ୍ଞ କୁଣ୍ଡ ରୁ ମା ବିରଜା ଆବିର୍ଭାବ ହୋଇ ବ୍ରହ୍ମାଙ୍କୁ ଦର୍ଶନ ଦେଇଥିଲେ। ମହାଭାରତ ପୁରାଣ ଅନୁସାରେ ପୂର୍ଣାତୟା

ବୈତରଣୀ ତଟବର୍ତି ବିରଜା କ୍ଷେତ୍ର ପିତୃ ତୀର୍ଥ ଅଟେ। ଏହି ସ୍ଥାନ ରେ ସ୍ନାନ କରି ପିଣ୍ଡ ଦେଲେ ପିତୃ ପୁରୁଷ ଉଦ୍ଧାର ପାଇଥାଆନ୍ତି। ସେଥି ପାଇଁ ମହାଭାରତ ଯୁଦ୍ଧ ପରେ ପାଣ୍ଡବ ମାନେ ବୈତରଣୀ ନଦୀ ରେ ସ୍ନାନ କରି ପିଣ୍ଡ ଦେଇ ମା ବିରଜା ଙ୍କୁ ଦର୍ଶନ କରିଥିଲେ।

ମାଆ ବିରଜାଙ୍କ ପାଖରେ ମୂଳାଷ୍ଟମୀ ଠାରୁ କୁମାରପୂର୍ଣୀମା ପର୍ଯ୍ୟନ୍ତ ପୂଜା, ସ୍ନାନ, ନୀତି ଆଦି ଅନୁଷ୍ଠିତ ହୋଇଥାଏ। ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ଯେଉଁ ପୂଜା କରାଯାଏ ସେଥିରେ ଦୁଇ ଓଳା ଷୋଡ଼ଶ ଉପଚାର ବିଧି ରେ ପୂଜା କରାଯାଏ। ମୂଳାଷ୍ଟମୀ ରାତିଠାରୁ ମହାଷ୍ଟମୀ ରାତି ପର୍ଯ୍ୟନ୍ତ ଗୋଟିଏ ମନ୍ତ୍ର ରେ ଏବଂ ମହାଷ୍ଟମୀ ରାତି ଓ ନବମୀ ରେ ଏକ ସ୍ବତନ୍ତ୍ର ମନ୍ତ୍ର ରେ ଦେବୀଙ୍କର ସମସ୍ତ ପୂଜା ଅନୁଷ୍ଠିତ ହୋଇଥାଏ। ବୈଦିକ ଯୁଗରୁ ଏହି ପୀଠ ଏକ ମହାନ୍ ତୀର୍ଥସ୍ଥଳ ରୂପେ ମାନ୍ୟତା ପାଇଛି।

Leave a Reply

Your email address will not be published. Required fields are marked *