ନୂଆ ବର୍ଷରେ ତିନି ବରିଷ୍ଠ ମନ୍ତ୍ରୀ ଙ୍କ ହେଇପାରେ ପକ୍ଷଛେଦନ

ସରୁଛି ପୁରୁଣା ବର୍ଷ, ପାଖେଇ ଆସିଲାଣି ନୂଆ ବର୍ଷ I ତେବେ ନୂଆ ବର୍ଷ ଯେତିକି ପାଖେଇ ଆସୁଛି ବିଜେଡି ପାଇଁ ସେତିକି ଚିନ୍ତାର ବିଷୟ ପାଲଟିଛି I ତିନି ଜଣ ବରିଷ୍ଠ ବିଜେଡି ନେତା ତଥା ମନ୍ତ୍ରୀ ଙ୍କ ପାଇଁ ସରକାର ଙ୍କୁ ଏବେ ନାକେଦମ ହେବାକୁ ପଡ଼ିଲାଣି I ସେମାନଙ୍କର କାର୍ଯ୍ୟକଳାପ ବିରୋଧୀ ଦଳକୁ ଭଲ ଇନ୍ଧନ ଦେଉଛି ବିରୋଧ କରିବାକୁ I ତିନିଜଣ ଜାକ ହେଉଛନ୍ତି ମନ୍ତ୍ରୀ ବଦ୍ରି ପାତ୍ର ,ମହେଶ୍ୱର ମହାନ୍ତି ,ପ୍ରଦୀପ ମହାରଥୀ I
ଚର୍ଚା ଚାଲିଛି ନୂଆ ବର୍ଷରେ ଏହି ପୁରୁଣା ମନ୍ତ୍ରୀ ଙ୍କୁ ନବୀନ ମନ୍ତ୍ରୀପଦ ରୁ ବିଦାୟ ର ରାସ୍ତା ଦେଖାଇପାରନ୍ତି I ପ୍ରଥମତଃ ମନ୍ତ୍ରୀ ବଦ୍ରି ପାତ୍ର ଙ୍କ ପୁଅର ଦାଦାଗିରି ରେ ବିଜେଡି ର ଛବି ମଳିନ ପଡିଥିବା ବେଳେ

ଦ୍ୱିତୀୟତ ନବକଳେବର ଦାରୁ ,ବ୍ରହ୍ମ ବିଭ୍ରାଟ ସହିତ ପୁରୀରେ ଲାଗିରହିଥିବା ଅଶାନ୍ତି ବିଜେଡି ବିପକ୍ଷରେ ହାୱା ବହିବା କୁ ସୁଯୋଗ ମିଳୁଥିବା ବେଳେ ତୃତୀୟରେ ପିପିଲି ର ଝିଅ ବେବିନା ଧର୍ଷଣ ରାୟ ମିଳିବା ପରେ ମନ୍ତ୍ରୀ ପ୍ରଦୀପ ମହାରଥୀ ଙ୍କ ମନ୍ତବ୍ୟ ଏବେ ଜୋରଦାର ବିରୋଧ କୁ ଉସକାଇଛି I

ଏକ ସମ୍ବେଦନଶିଳ ଘଟଣାରେ ମନ୍ତ୍ରୀଙ୍କ ଏପରି ବେପରୁଆ ମନ୍ତବ୍ୟ ପାଇଁ ଆଜି ବିଜେପି ପକ୍ଷରୁ ମଧ୍ୟ ଭିଜିଲାନ୍ସ ଅଫିସ ଘେରାଓ କରିବାର କାର୍ଯ୍ୟକ୍ରମ ଅଛି I ତେଣୁ ଏତେ ସବୁ ଘଟଣା କୁ ସଫା କରି ପୁଣି ଥରେ ନୂଆବର୍ଷରେ ଏକ ନୂଆ କାର୍ଯ୍ୟପନ୍ଥା ଦ୍ୱାରା ଏକ ନୂଆ ବାର୍ତା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ I ଚର୍ଚ୍ଚା ଚାଲିଛି ଏହି ତିନି ମନ୍ତ୍ରୀ ଙ୍କ ପଦ ଛାଡିବାକୁ ପଡିପାରେ ଏବଂ ତାଙ୍କ ସ୍ଥାନରେ ନୂଆ ମୁଁହ ଦେଖିବାକୁ ମିଳିପାରେ ଯେହେତୁ ଆଗକୁ ନିର୍ବାଚନୀ ପାଖେଇ ଆସୁଛି I

Leave a Reply

Your email address will not be published. Required fields are marked *