ବିଜେଡି ପୋଷ୍ଟର ରେ ପୁର୍ତ୍ତ ସଚିବ ନଳିନୀ ଙ୍କ ଫଟ ସରକାରୀ ପଦବୀର ସିଧାସଳଖ ଉଲଂଘନ

ସରକାରୀ ବାବୁଙ୍କୁ ଆଉ ଭଲ ଲାଗୁନି I ସରକାରୀ ବାବୁ ମାନେ ଏବେ ରାଜନୀତି ମୁଁହା I ନିକଟ ଅତୀତ ରେ ଅନେକ ସରକାରୀ ବାବୁ ମଧ୍ୟ ରାଜନୀତି ରେ ଯୋଗ ଦେଇଛନ୍ତି I ପଦ ପଦବୀ ରେ ଥାଇ ମଧ୍ୟ କିଛି ସରକାରୀ ଅଫିସର ବିଜେଡି କୁ ଅହେତୁକ ସମର୍ଥନ ଦେଉଥିବା ବିରୋଧୀ ବାରମ୍ବାର କହିଥିବା ବେଳେ ଏବେ ଏକ ଘଟଣା ସାମ୍ନା କୁ ଆସିଛି ଯାହା ସୂଚାଇ ଦେଉଛି କି ବିରୋଧୀ ର ସମାଲୋଚନା କିଛି ପରିମାଣରେ ଭୁଲ ମଧ୍ୟ ନୁହେଁ I ନିକଟ ରେ ଦେଖିବାକୁ ମିଳିଛି ବିଜେଡି ସ୍ୱାଗତମ ପୋଷ୍ଟର ରେ ପୂର୍ତ୍ତ ବିଭାଗ ସଚିବ ଙ୍କ ଫଟ I

ସେ ଏବେ ସରକାରୀ ଅଫିସର I ପୁର୍ତ୍ତ ବିଭାଗର ସମ୍ପୂର୍ଣ୍ଣ ଦାୟିତ୍ୱ ତାଙ୍କ ଉପରେ I ପୂର୍ତ୍ତ ବିଭାଗର ସଚିବ ନଳିନୀ କାନ୍ତ ପ୍ରଧାନ। ତାଙ୍କ ଅବସର ସମୟସୀମା ସରିଯାଇଥିଲେ ମଧ୍ୟ ଅହେତୁକ ଅନୁକମ୍ପା ଦେଖାଇ ଏକବର୍ଷ ପର୍ଯ୍ୟନ୍ତ ପୁନର୍ଚ୍ଚ ତାଙ୍କ କାର୍ଯ୍ୟକାଳ କୁ ବୃଦ୍ଧି କରାଯାଇଥିଲା ଯାହାକୁ ନେଇ ବହୁ ତର୍କ ବିତର୍କ ସହିତ ହାଇକୋର୍ଟ ରେ ମଧ୍ୟ ମାମଲା ଦାୟର ହେଇସାରିଛି I

ତେବେ ବର୍ତମାନ ସୁଦ୍ଧା ସେ ସରକାରୀ କାର୍ଯ୍ୟରେ ନିୟୋଜିତ ଥିବାବେଳେ ତାଙ୍କ ଫଟ ଦଳୀୟ ବିଜେଡି ପୋଷ୍ଟର ରେ ସମ୍ବଲପୁର ରେଢ଼ାଖୋଲ ଅଞ୍ଚଳ ରେ ଦେଖିବାକୁ ମିଳୁଛି I ବିଜେଡି ର ମନ୍ତ୍ରୀ ଏବଂ ଲୋକପ୍ରିୟ ନେତାଙ୍କ ସହିତ ପୂର୍ତ ସଚିବ ଙ୍କ ଫଟଥିବା ବ୍ୟାନର ଏବେ ରାଜନୀତି କୁ ଜୋରଦାର ସରଗରମ କରିଛି I କଥା ଉଠୁଛି ଜଣେ ସରକାରୀ କାର୍ଯ୍ୟରେ ଥିବାବେଳେ ସିଧାସଳଖ କିପରି ଏକ ନିର୍ଦ୍ଧିଷ୍ଟ ଦଳରେ ତାଙ୍କ ଫଟ ପୋଷ୍ଟର ରେ ଲାଗିପାରିବ ??ଏହା ସରକାରୀ ଚାକିରୀ ର ଖୋଲାଖୋଲି ନିୟମ ଉଲ୍ଲଙ୍ଘନ ନୁହେଁ କି

I ତେବେ ସବୁଠୁ ବଡ କଥା ହେଉଛି ୟାଙ୍କ ସମୟରେ ଭୁବନେଶ୍ୱର ରସୁଲଗଡ ଫ୍ଲାଏଓଭର ଭୁଶୁଡିପଡିଥିଲା କେବଳ ରସୁଲଗଡ ନୁହେଁ ଜଟଣୀ ଫ୍ଲାଏଓଭ ମଧ୍ୟ ଭୁଷୁଡି ପଡିଥିଲା I ବାରମ୍ବାର ଓଭରବ୍ରିଜ ଭୁଶୁଡିପଡିଥିଲେ ମଧ୍ୟ ଏହାର କାର୍ଯ୍ୟ ଭାର ନେଇଥିବା ପଣ୍ଡା ଇନଫ୍ରାକୁ ପୂର୍ତ୍ତ ସଚିବ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହେଇଥିଲା I

Leave a Reply

Your email address will not be published. Required fields are marked *