ନୁଆବର୍ଷର ପ୍ରଥମ ସୂର୍ଯ୍ୟପରାଗ ରବିବାର ୬ରେ:ଜାଣନ୍ତୁ କଣ ପ୍ରଭାବ ରହିବ

ଆରମ୍ଭ ହେଇସାରିଛି ନୂଆବର୍ଷ 2019 I ନୂଆବର୍ଷରେ ତିନୋଟି ସୂର୍ଯ୍ୟପରାଗ ପଡୁଥିବା ବେଳେ ପ୍ରଥମ ସୂର୍ଯ୍ୟପରାଗ ଆଗାମୀ ୬ତାରିଖ ବୁଧବାର ପଡୁଛି I ଏହା ଭାରତ ପାଇଁ ପାଳନୀୟ ହେଉନଥିଲେ ମଧ୍ୟ ଏହାର ଆଂଶିକ ପ୍ରଭାବ ପଡିବ I ପ୍ରାତଃ ୪ଟା ୫ରୁ ପୂର୍ବାହ୍ନ ୯ଟା ୧୮ ପର୍ଯ୍ୟନ୍ତ ଏହା ଏସିଆ,ୟୁରୋପ, ଆମେରିକା,ମଧ୍ୟ ଆଫ୍ରିକା ରେ ଦୃଶ୍ୟମାନ ହେବ I ସୂର୍ଯ୍ୟପରାଗରେ ଦେବନୀତି ,ରୋଷକାର୍ଯ୍ୟ ସହିତ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ କରଣୀୟ ଅଟେ I ସାଧାରଣତଃ ସୂର୍ଯ୍ୟପରାଗ କୁ ନେଇ ଅନେକ ଭୟ ରହିଥିବା ବେଳେ ଏହାର କୌଣସି ପ୍ରଭାବ ପଡିବ ନାହିଁ I

କିନ୍ତୁ କର୍କଟ ,ମିଥୁନ ,ବିଛା , ସିଂହ ,ମକର ,ତୁଳା , ମୀନ ରାଶିର ବ୍ୟକ୍ତି ମାନଙ୍କ ଉପରେ ଏହାର ଭଲ ପ୍ରଭାବ ପଡିବ ବୋଲି ଜ୍ୟୋତିଷମାନେ ଗଣନା କରି କହିଛନ୍ତି I ତେବେ ବର୍ଷର ଶେଷ ସୂର୍ଯ୍ୟ ପରାଗ ଯାହାକି ବର୍ଷର ଶେଷ ମାସ ଡିସେମ୍ବର ରେ ପଡିବ ତାହା ଭାରତରେ ଦେଖାଯିବ ଏବଂ ପାଳନୀୟ ଅଟେ I

Leave a Reply

Your email address will not be published. Required fields are marked *