ଏହି କାରଣ ପାଇଁ ଶୀତଦିନେ ଅଧିକ ବିଦ୍ୟୁତ ବିଭ୍ରାଟ ହୁଏ I ଶୀତ ଦିନେ ବିଦ୍ୟୁତ ବିଭ୍ରାଟର କାରଣ

(OdishaExclusive Beuro:) ସାଧାରଣତଃ, ବର୍ଷକୁ ଦୁଇ ଭାଗରେ ବିଭକ୍ତ କଲେ ମାର୍ଚ୍ଚ ମାସ ଠାରୁ ସେପଟେମ୍ବର (୭ ମାସ) ପର୍ଯ୍ୟନ୍ତ ଅଧିକାଂଶ ସମୟ ବିଦ୍ୟୁତ ଯୋଗାଣରେ ତ୍ରୁଟି ଦେଖାଦିଏ ଏବଂ ଅକ୍ଟୋବର ମାସ ଠାରୁ ଫେବୃୟାରୀ ମାସ (୫ ମାସ) ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣରେ ଅତିକମ୍ ତ୍ରୁଟି ଦେଖାଦିଏ ।କାରଣ ଏହି ସମୟରେ ପ୍ରକୃତିର କୋଳ ଶାନ୍ତ ଓ ସ୍ଥିର ଥାଏ। ଓଡ଼ିଶା ସାଧାରଣତଃ ଝଡ଼ ବାତ୍ୟା ଦ୍ୱାରା ପ୍ରଭାବିତ ହେଉଥିବା ଯୋଗୁଁ ଅକ୍ଟୋବର ମାସରେ ବିଦ୍ୟୁତ ବିଭାଗର ମେରୁଦଣ୍ଡକୁ ଗଭୀର ଭାବରେ କ୍ଷତାକ୍ତ କରି ଦେଇଥାଏ। ଏହାକୁ ଛାଡ଼ି ଦେଲେ ଆମେ ପ୍ରାୟତଃ ଶୀତ ଦିନେ କାଁ ଭାଁ କାମକୁ ବାଦ ଦେଲେ ୨୪ ଘଣ୍ଟା ବିଦ୍ୟୁତ ଆମ ପାଖରେ ଉପଲବ୍ଧ ହୋଇଥାଏ।ଶୀତ ଦିନିଆ ପରିବେଶ ଦ୍ୱାରା ମଧ୍ୟ ବିଦ୍ୟୁତ ଯୋଗାଣ ପ୍ରଭାବିତ ହୋଇ ଥାଏ।

ଏହା ବିଶେଷ ଭାବରେ ରାତିରେ ଦେଖାଯାଏ ।ରାତିରେ ଅଧିକ ଥଣ୍ଡା ଯୋଗୁଁ ବିଦ୍ୟୁତ ତାରର ସଙ୍କୋଚନ ଘଟେ ଓ ପରିବେଶରେ ଉତ୍ତାପ ବୃଦ୍ଧି ପାଇବା ଫଳରେ ପୁଣି ତାରର ପ୍ରସାରଣ ଘଟେ। ଏହା ଏକ ସ୍ୱାଭାବିକ ପ୍ରକ୍ରିୟା ସ୍ୱତଃପ୍ରବୃତ ଭାବେ ଚାଲିଥାଏ। ତାରର ସଙ୍କୋଚନ ହେତୁ ତାର ଗୁଡିକ ଅତ୍ୟଧିକ ଟାଣି ହୋଇ ଯାଇଥାଏ। ଫଳରେ ତାର ଦୁର୍ବଳ ଥିବା ସ୍ଥାନରେ ଛିଣ୍ଡେ ।ଯାହାକି ରାତିରେ ଘଟି ଥାଏ। ତେଣୁ ବିଦ୍ୟୁତ ବିଭ୍ରାଟ ଦେଖାଦେଇଥାଏ।ଏଥି ସହିତ ଆଉ ଏକ ଜଟିଳ ସମସ୍ୟା ମୁଣ୍ଡ ବଥାର କାରଣ ହୋଇଥାଏ ” କୁହୁଡ଼ି ” ଓ ” କାକର ” ।ଏହି କୁହୁଡ଼ି ଓ କାକର ଯୋଗୁଁ ଲାଇନରେ ବ୍ୟବହୃତ ଦୁର୍ବଳ ଇନୁସୁଲେଟର ଗୁଡିକ ଯଥା ପିନ୍ ଇନୁସୁଲେଟର, ଡିସ୍କ ଇନୁସୁଲେଟର, ପୋଷ୍ଟ ଇନୁସୁଲେଟର ଆକ୍ରାନ୍ତ ହୁଅନ୍ତି। ଫଳରେ ରାତି ଅଧରେ ଲାଇନ ଖରାପ ହୋଇଯାଏ।

ଲାଇନ ରହେ ନାହିଁ। କିନ୍ତୁ ସକାଳ ହୋଇ ଖରା ପଡ଼ିଲେ ଲାଇନ ରହିଯାଏ ।ଏଭଳି ତ୍ରୁଟି ଖୋଜି ପାଇବା କଷ୍ଟକର ବ୍ୟାପାର ହୋଇ ଥାଏ।ଆଉ ଗୋଟିଏ ପ୍ରକାର ସମସ୍ୟା ହେଲା ଗଛର ଡାଳ। କାକର ଯୋଗୁଁ ଡାଳ ଗୁଡିକ ଓଜନିଆ ହୋଇ ଲାଇନ ତାର ଉପରେ ଲଦି ହୋଇ ରହିଯିବା ଯୋଗୁଁ ମଧ୍ୟ ଲାଇନ ରହେ ନାହିଁ। ପୁଣି ସକାଳ ହୋଇ ଖରା ପଡ଼ିଲେ ଲାଇନ ରହିଯାଏ। ଶୀତ ଋତୁରେ ଏଭଳି ସମସ୍ୟା ଲାଗି ରହିଥାଏ।ଉପସ୍ଥାପନା : ଦିଲ୍ଲୀପ କୁମାର ସାହୁ (ଟେକ୍ନିସିଆନ ,ସାଉଥକୋ)

Leave a Reply

Your email address will not be published. Required fields are marked *