କେନ୍ଦ୍ର ର ଶ୍ରମିକ ବିରୋଧୀ ନୀତିକୁ ନେଇ ଶ୍ରମିକ ସଂଘଠନ ର ଆନ୍ଦୋଳନ କୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ

ସର୍ବଭାରତୀୟ ସ୍ତରରେ କେନ୍ଦ୍ର ସରକାର ଙ୍କ ଶ୍ରମୀକ ବିରୋଧୀ ନୀତିକୁ ବିରୋଧ କରି ଆନ୍ଦୋଳନ କରାଯିବାର ଡାକରା ଦିଆଯାଇଛି I ଏହି ଡାକରା ରେ ଏଆଇଟିୟୁସି, ଆଇଏନ୍‌ଟିୟୁସି, ଏଚ୍‌ଏମ୍‌ଏସ୍,ଏଆଇୟୁଟିୟୁସି, ସିଟୁ, ଏ ଆଇ ସିସିଟିୟୁ ଭଳି ପ୍ରମୁଖ ଶ୍ରମିକ ସଂଘଠନ ମାନେ ସାମିଲ ହେଇଛନ୍ତି I ଏହାର ପ୍ରଭାବ ମଧ୍ୟ ଓଡ଼ିଶାରେ ପଡିବ I ଓଡ଼ିଶାରେ ଏହାକୁ ସଫଳ କରିବାକୁ ସଂଘଠନ ଗୁଡିକ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କୁ ସାକ୍ଷାତ କରି କେନ୍ଦ୍ର ସରକାର କିପରି ଶ୍ରମିକ ମାନଙ୍କ ପ୍ରତି ଅବିଚାର କରୁଛନ୍ତି ତାହା ବୁଝାଇଥିଲେ ଏବଂ ଆଗାମୀ ୮ ଓ ୯ ତାରିଖରେ ଆନ୍ଦୋଳନ କୁ ସମର୍ଥନ ଦେବାକୁ ଅନୁରୋଧ କରିଥିଲେ I

ତେବେ ଶ୍ରମିକମାନଙ୍କର ଦାବି ବିଷୟରେ ଶୁଣିବା ପରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆନ୍ଦୋଳନ କୁ ସମର୍ଥନ କରିଛନ୍ତି I ଏହି ଆନ୍ଦୋଳନ କୁ କଂଗ୍ରେସ ତରଫରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ପୂର୍ଣ୍ଣ ସମର୍ଥନ କରିଛନ୍ତି I

ଏଣୁ ଉଭୟ କଂଗ୍ରେସ ଏବଂ ବିଜେଡି ସମର୍ଥନ କରୁଥିବାରୁ ଆଗାମୀ ୮ ଓ ୯ ଦୁଇଦିନ ସମ୍ପୂର୍ଣ୍ଣ ଭାବେ ଅଖ ଚକ ବନ୍ଦ ହେଇଯାଇପାରେ ବୋଲି ଆକଳନ କରାଯାଉଛି I

Leave a Reply

Your email address will not be published. Required fields are marked *