ରହସ୍ୟରେ ନିକିତା ଙ୍କ ମୃତ୍ୟୁ ,ଛାତ ଉପରୁ ପଡିଲେ କେମିତି ?? ମା କୁ ଖୋଜୁଛି 4ମାସର ପୁଅ

ନୂଆବର୍ଷ ଆରମ୍ଭରୁ ଓଡ଼ିଆ ସିନେଜଗତ କୁ ପଡିଛି ଶନିଦଶା Iଦୁଇ ଦୁଇ ଜଣ ଅଭିନେତ୍ରୀ ଙ୍କ ଜୀବନ ଚାଲିଗଲାଣି ମାତ୍ର କିଛିଦିନର ବ୍ୟବଧାନରେ I ପ୍ରଥମେ ସମ୍ବଲପୁରୀ ଅଭିନେତ୍ରୀ ସେଲ୍ଫିବେବୋ ଏବଂ ଗତକାଲି ଲୋକପ୍ରିୟ ଅଭିନେତ୍ରୀ ନିକିତା I ତରଙ୍ଗ ଚାନେଲ ରେ ପ୍ରସାରିତ ଏସିପି ନିକିତା ରେ ଘରେ ଘରେ ପରିଚିତ ହେଇଥିବା ନିକିତା ଙ୍କର ଗତକାଲି ମୃତ୍ୟୁ ହେଇଯାଇଛି I ତେବେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଏବଂ ରହସ୍ୟ ର ଚର୍ଚା ଚାଲିଛି I

ସୂଚନା ମୁତାବକ ନିକିତା ଛାତରୁ ପଡିଯାଇଛନ୍ତି ,କିନ୍ତୁ ଛାତରୁ କେମିତି ପଡ଼ିଥିଲେ ??ନା କିଏ ଛାତ ଉପରୁ ଠେଲିଦେଇଥିଲା ??ଏସବୁ ଏବେ ସନ୍ଦେହ ଘେର କୁ ଜୋର ଧରିଛି I କାହିଁକିନା ନିକିତା ଜଣେ ଲୋକପ୍ରିୟ ଅଭିନେତ୍ରୀ ,ଧାରାବାହିକ ବ୍ୟତୀତ ଶହେରୁ ଉର୍ଧ ଆଲବମ ଏବଂ ଅନେକ ଚଳଚିତ୍ର ରେ ମଧ୍ୟ ସେ ଅଭିନୟ କରିଛନ୍ତି I ତେବେ ନିକିତା ବିବାହିତ ଏବଂ ତାଙ୍କର ଏକ 4ମାସର ପୁଅ ମଧ୍ୟ ରହିଛି I

ନିକିତା ଙ୍କୁ ହରାଇ ସାରା ସିନେଜଗତ ଗଭୀର ଶୋକ ପାଳନ କରୁଥିବା ବେଳେ 4ମାସର ପୁଅ ମକୁ ଖୋଜୁଛି I ବାହୁନି ବହୁନି ମା ର ଆସିବା ବାଟକୁ ଚାହିଁ ରହିଛି I ଅପେକ୍ଷା କରିଛି କେତେବେଳେ ମା ଫେରିବ I

Leave a Reply

Your email address will not be published. Required fields are marked *