ତୁ ସାଧାରଣ ଲୋକଟେ ତୋର କଣ ଆଇନ ବେ ? ମୋ ଇଛା ହେଲେ ମୁଁ ଅଭିଯୁକ୍ତ କୁ ଗିରଫ କରିବି ତୁ ଯା ଭାଗ୍ ଏଠୁ

ଲୋକଙ୍କୁ ସୁରକ୍ଷା ଦେବା ପୋଲିସ କର୍ତବ୍ୟ I ଲୋକଙ୍କ ସହିତ ଅନ୍ୟାୟ ହେଲେ ଅଭିଯୁକ୍ତ କୁ ଧରି ଦଣ୍ଡ ଦେବା ସହିତ ନିର୍ଦୋଷ ଲୋକଙ୍କୁ ନ୍ୟାୟ ଦେବା ପାଇଁ ପୋଲିସ ନିଯୁକ୍ତ ହେଇଥାନ୍ତି I କିନ୍ତୁ ଅଧିକାଂଶ ସମୟରେ ଦେଖିବାକୁ ମିଳୁଛି କି ପୋଲିସ ନିଜର ପାୱାର କୁ ବ୍ୟବହାର କରି ସାଧାରଣ ଲୋକଙ୍କୁ ହଇରାଣ କରିଥାଏ I ଲୋକଙ୍କୁ ନ୍ୟାୟ ଦେବା ବଦଳରେ ଅଯଥା ହଇରାଣ କରିଥାଏ I ଯେମିତିକି କି ନୟାପଲ୍ଲୀ ଏବଂ ନିମାପଡା ଘଟଣା ନିକଟ ଅତୀତ ରେ ଘଟିସାରିଛି

ଦୋଷୀକୁ ଦଣ୍ଡ ଦେବା ବଦଳରେ ନିର୍ଦୋସି କୁ ପ୍ରବଳ ମାଡ ମରାଯାଇଥିଲା I ଏବେ ପୁଣି ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି ପୋଲିସ ବାବୁଙ୍କ କାରନାମା କୁ ନେଇକି I

ପ୍ରାପ୍ତ ସୂଚନା ଅନୁଯାଇ ଘଟଣା ଟି ସିମୁଳିଆ ଥାନାର ।ଘରୋଇ ପାରିବାରିକ ଗଣ୍ଡଗୋଳ ଘଟଣା କୁ ନେଇ ଏହି ଅଞ୍ଚଳ ର ଗୟାଧର ନାୟକ ଏବଂ ତାଙ୍କ ସ୍ତ୍ରୀ ଙ୍କ ପତ୍ନୀ ସନ୍ଧ୍ୟାରାଣୀ ଭାଇବୋହୁ ନାମରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ I ତେବେ ଘଟଣା କୁ ନେଇକି ଦୀର୍ଘ 17ଦିନ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ଯ୍ୟାନୁଷ୍ଟାନ ଗ୍ରହଣ ନହେବାରୁ ଗୟାଧର ଥାନାବାବୁ ଏଏସଆଇ ଡି. ନନ୍ଦ ଙ୍କୁ ସାକ୍ଷାତ କରି ତାଙ୍କୁ ନ୍ୟାୟ ଦେବାପାଇଁ ପ୍ରାଥନା କରିବା ସହିତ କାହିଁକି 17ଦିନ ହେଲା ଅଭିଯୁକ୍ତ କୁ ଗିରଫ କରାଯାଇନି ସେ ନେଇ ପଚାରିଥିଲେ I

କିନ୍ତୁ ଥାନାବାବୁ ରାଗିଯାଇ ଯା ଭାଗ କହି ଥାନାରୁ ପଳାଇଯିବାକୁ ଧମକ ଦେଇଥିଲେ I ମୋ ଇଚ୍ଛାହେଲେ ମୁଁ ଗିରଫ କରିବି 17ଦିନ ହେଉ କିମ୍ବା 17ମାସ ,ତୁ ସାଧାରଣ ଲୋକଟା ତୋର କଣ ଆଇନ ବେ ?? ଏପରି ଗାଳି ଗୁଲଜ କରି ଥାନାରୁ ପଳାଇଯିବାକୁ ଧମକ ଦେଇଥିଲେ ଯାହାର କି ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି I ଏନେଇ ସମ୍ପୃକ୍ତ ଥାନାବାବୁ କିମ୍ବା ଏସ୍ପିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ I

Leave a Reply

Your email address will not be published. Required fields are marked *