ଆସନ୍ତାକାଲି ଶ୍ରମିକ ବିରୋଧୀ ନୀତି ପାଇଁ ଭାରତ ବନ୍ଦ ! ବିଜେଡି ,କଂଗ୍ରେସ ର ସମର୍ଥନ , ଓଡ଼ିଶା ରେ କଣ ରହିବ ପ୍ରଭାବ ??

କେନ୍ଦ୍ର ସରକାର ଙ୍କ ଶ୍ରମୀକ ବିରୋଧୀ ନୀତିକୁ ବିରୋଧ କରି ସର୍ବଭାରତୀୟ ସ୍ତରରେ ଆସନ୍ତାକାଲି ଶ୍ରମିକ ସଂଘଠନ ତରଫରୁ ଆନ୍ଦୋଳନ ଡାକରା ଦିଆଯାଇଛି I ଯେଉଁଥିରେ କି ଏଆଇଟିୟୁସି, ଆଇଏନ୍‌ଟିୟୁସି, ଏଚ୍‌ଏମ୍‌ଏସ୍,ଏଆଇୟୁଟିୟୁସି, ସିଟୁ, ଏ ଆଇ ସିସିଟିୟୁ ଭଳି ପ୍ରମୁଖ ଶ୍ରମିକ ସଂଘଠନ ମାନେ ସାମିଲ ହେଇଛନ୍ତି I କେନ୍ଦ୍ର ସରକାର ଙ୍କ ଶ୍ରମିକ ବିରୋଧୀ ଆଭିମୁଖ୍ୟ କୁ ଜବାବ ଦେବାପାଇଁ ଓଡ଼ିଶାରେ ମଧ୍ୟ ଏହାକୁ ସଫଳ କରିବାକୁ ବିଭିର୍ଣ୍ଣ ସଂଘାଠନ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରିଥିଲେ I ଉଭୟ କଂଗ୍ରେସ ଏବଂ ବିଜେଡି ଏହାକୁ ସମର୍ଥନ ଦେଇଛନ୍ତି I

କିନ୍ତୁ ଆନ୍ଦୋଳନ ରେ କୌଣସି ସହଯୋଗ କରାଯିବ ନାହିଁ I ତଥାପି ଆନ୍ଦୋଳନ ର ପ୍ରଭାବ ଓଡ଼ିଶାରେ ପଡ଼ିବାର ସମ୍ଭାବନା ରହିଛି I ଆସନ୍ତା କାଲି ସକାଳ 6ଘଟିକା ଠାରୁ 10ତାରିଖ ବିଳମ୍ବିତ ରାତ୍ରି ଯାଏଁ ଆନ୍ଦୋଳନ କରାଯିବ I ଗାଡି ମଟର ଯାତାୟାତ ରେ ସମସ୍ୟା ସୃଷ୍ଟି ହେବା ସହିତ ବ୍ୟାଙ୍କ ସେବା ମଧ୍ୟ ବନ୍ଦ ରହିବ I

ସରକାରୀ ବ୍ୟାଙ୍କ କର୍ମଚାରୀ ମାନେ ଯେହେତୁ ଏଥିରେ ଭାଗ ନେଉଛନ୍ତି ତେଣୁ ବ୍ୟାଙ୍କ ସେବା ମଧ୍ୟ ସମସ୍ୟା ସୃଷ୍ଟି କରିବ I ରେଲେୱ ,ରାସ୍ତା ଏସବୁ ବନ୍ଦ କରିବାକୁ ଶ୍ରମିକ ସଂଘଠନ ମାନେ ଆସନ୍ତାକାଲି ଅନୁରୋଧ କରିଛନ୍ତି I

Leave a Reply

Your email address will not be published. Required fields are marked *