ଚାଷୀ ଙ୍କ ସ୍ୱାର୍ଥ ପାଇଁ ବିଜେଡି ନେତ୍ରୀଙ୍କ ଦିଲ୍ଲୀ ଗସ୍ତ,ଯାହାହେଲେ ବି ଚାଷୀଙ୍କ କଥା ନା ତେଣୁ ଫଳ ସହିତ ସେଲ୍ଫି ଟା ଆଗ …

ଚାଷୀଙ୍କ ପାଇଁ ସର୍ବନିମ୍ନ ସୁବିଧା ଯୋଗାଇ ପାରୁନାହାନ୍ତି କେନ୍ଦ୍ର ସରକାର I ଓଡ଼ିଶାର ଚାଷୀଙ୍କ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା MSP ବୃଦ୍ଧି ନିମନ୍ତେ ଆସନ୍ତା କାଲି ସରକାର ଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଦିଲ୍ଲୀରେ ଧାରଣା ଦେବେ ବିଜେଡି ନେତା I

ଏନେଇ ବିଜେଡି ତରଫରୁ ପ୍ରେସ ମିଟ୍ ରେ ପୂର୍ବରୁ ସୂଚନା ଦିଆଯାଇଥିଲା ଏବଂ ବିଜେଡି ନେତା ନେତ୍ରୀମାନେ ଦିଲ୍ଲୀ ଗସ୍ତ କରିଥିଲେ I ତେବେ ଯାତ୍ରା ସମୟର କିଛି ଫଟ ଏବେ ଭାଇରଲ ହେବାରେ ଲାଗିଛି I ଯେଉଁଥିରେ କି ବିଜେଡି ମହିଳା ର ଆଗଧାଡିର ନେତ୍ରୀ ମାନଙ୍କ ଫଳ ସହିତ ସେଲ୍ଫି ଏବଂ ନେତା ମାନଙ୍କ ତାସ ଖେଳର ସ୍ନାପ ଭାଇରଲ ହେବାରେ ଲାଗିଛି I ଏହାକୁ ସୋସିଆଲ ମିଡିଆରେ ସମାଲୋଚନା ଚାଲିଛି I ନେତ୍ରୀମାନେ ଚାଷୀ ଙ୍କ ପାଇଁ ଯାଇଛନ୍ତି ନା କେବଳ ଚାଷୀର ଚାଷ ଫଳ ସହିତ ସେଲ୍ଫି ନେବାକୁ ଯାଇଛନ୍ତି ଏନେଇ ଜୋରଦାର ସମାଲୋଚନା ଚାଲିଛି I

Leave a Reply

Your email address will not be published. Required fields are marked *