ଭାରତ ବନ୍ଦ ପାଇଁ ଆସନ୍ତା କାଲି ସମସ୍ତ ସ୍କୁଲ ଛୁଟି

ଶ୍ରମିକ ମାନଙ୍କର ବିଭିର୍ଣ୍ଣ ଦାବି ନେଇ ଆସନ୍ତା କାଲିଠାରୁ ଦୁଇଦିନ ଯାଏଁ ଶ୍ରମିକ ସଂଘଠନ ମାନେ ସର୍ବଭାରତୀୟ ସ୍ତରରେ ଆନ୍ଦୋଳନ କରିବେ I ଓଡ଼ିଶାରେ ମଧ୍ୟ ଆନ୍ଦୋଳନ କୁ ସଫଳ କରିବାକୁ ଶ୍ରମିକ ସଂଘଠନ ମାନେ ମୁଖ୍ୟମନ୍ତ୍ରୀ ଙ୍କ ସହଯୋଗ କାମନା କରିଥିଲେ I ତେବେ ଉଭୟ ବିଜେଡି ଏବଂ କଂଗ୍ରେସ ଆନ୍ଦୋଳନ କୁ ସମର୍ଥନ କରିଥିବାରୁ ଏହାର ପ୍ରଭାବ ଓଡ଼ିଶାରେ ପଡ଼ିବାର ସମ୍ଭାବନା ରହିଥିଲା I ସରକାରୀ ବ୍ୟାଙ୍କ କର୍ମଚାରୀ ମଧ୍ୟ ଏହି ଆନ୍ଦୋଳନ ରେ ସାମିଲ ହେଉଛନ୍ତି I

ତେଣୁ କିଛି ଅସ୍ଵାଭIବିକ ପରିସ୍ଥିତି ସୃଷ୍ଟି ନହେଉ ସେଥିପାଇଁ ସରକାର ଙ୍କ ତରଫରୁ ସମସ୍ତ ବିଦ୍ୟାଳୟ କୁ ଛୁଟି ଘୋଷଣା କରିଦିଆଯାଇଛି I ଏନେଇ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି Iତେବେ ଆନ୍ଦୋଳନ ଦୁଇଦିନ ହେଉଥିବାରୁ 9ତାରିଖ ଦିନ ଛୁଟି ହେବ କି ନା ସେ ନେଇ ଆସନ୍ତାକାଲି ନିଷ୍ପତି ନିଆଯିବ

Leave a Reply

Your email address will not be published. Required fields are marked *