ବୁଧବାର ମଧ୍ୟ ସ୍କୁଲ କଲେଜ ଛୁଟି :ଦୁଇଦିନ ଛୁଟି ପାଇଁ ଘୋଷଣା ହେଲା

ଆଜିଠୁ ବିଭିର୍ଣ୍ଣ ଶ୍ରମୀକ ସଂଙ୍ଘଠନ ମାନଙ୍କର କେନ୍ଦ୍ର ସରକାର ଙ୍କ ଶ୍ରମୀକ ବିରୋଧୀ ନୀତିକୁ ବିରୋଧ କରି ଆନ୍ଦୋଳନ ଡାକରା ଦିଆଯାଇଛି I ଆନ୍ଦୋଳନ ସର୍ବଭାରତୀୟ ସ୍ତରରେ ହେଉଥିବାରୁ ଓଡ଼ିଶାରେ ମଧ୍ୟ ସଂଘଠନ ଗୁଡିକ ନିଜର ପ୍ରଭାବ ପକାଇବାକୁ ରାଜନୈତିକ ଦଳ ଗୁଡିକର ସମର୍ଥନ ପାଇଁ ଦଳୀୟ ନେତୃତ୍ୱ ଙ୍କୁ ସାକ୍ଷାତ କରିଥିଲେ I ବିଜେଡି ସୁପ୍ରିମ ନଵୀନ ପଟନାୟକ ଏବଂ କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟନାୟକ ଶ୍ରମିକ ସଂଘଠନ ର ଆନ୍ଦୋଳନ କୁ ସମର୍ଥନ ଜଣାଇସାରିଛନ୍ତି

Iଆନ୍ଦୋଳନ ରେ ସରକାରୀ ବ୍ୟାଙ୍କ କର୍ମଚାରୀ ଭାଗ ନେଉଥିବାରୁ ବ୍ୟାଙ୍କ ସେବାରେ ସମସ୍ୟା ମଧ୍ୟ ସୃଷ୍ଟି ହେବ ତେବେ ଆନ୍ଦୋଳନ ରେ କୌଣସି ଅସ୍ଵାଭାବିକ ପରିସ୍ତିତି ସୃଷ୍ଟି ନହେଉ ସେଥିପାଇଁ ଶିକ୍ଷା ବିଭାଗ ପକ୍ଷରୁ ମଙ୍ଗବାର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଦିଆଯାଇଥିଲା ,ତେବେ ପରିସ୍ଥିତି କୁ ତଦାରଖ ପରେ ଆସନ୍ତାକାଲି ବୁଧବାର ମଧ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ବିଦ୍ୟାଳୟ କୁ ଛୁଟି ଘୋଷଣା କରାଯାଇଛି I

I ସୂଚନା ଥାଉକି ଆନ୍ଦୋଳନ ରେ ଆଇଟିୟୁସି,ଏଚ୍‌ଏମ୍‌ଏସ୍, ଆଇଏନ୍‌ଟିୟୁସି, ଏଆଇୟୁଟିୟୁସି, ସିଟୁ, ଏ ଆଇ ସିସିଟିୟୁ ଭଳି ପ୍ରମୁଖ ଶ୍ରମିକ ସଂଘଠନ ମାନେ ସାମିଲ ହେଇଛନ୍ତି I

Leave a Reply

Your email address will not be published. Required fields are marked *